-
ମୁଖ୍ୟ ଅତିଥି ଗୃହମନ୍ତ୍ରୀ ଅମିତ୍ ଶାହା
ନୂଆଦିଲ୍ଲୀ, ସୋମବାର ଏଠାରେ ବିଜ୍ଞାନ ଭବନରେ ସାଇବର ସୁରକ୍ଷା ଏବଂ ନ୍ୟାସନାଲ ସିକ୍ୟୁରିଟି ଉପରେ ଏକ ଜାତୀୟ ସମ୍ମିଳନୀ (ସାଇବର କ୍ରାଇମରୁ ଆଜାଦି – ସ୍ୱାଧୀନତାର ଅମୃତ ମହୋତ୍ସବ) ଅନୁଷ୍ଠିତ ହେବ । ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି ।
ଏହି ସମ୍ମିଳନୀରେ କେନ୍ଦ୍ର ଗୃହ ଓ ସହଯୋଗ ମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଦେଶରେ ସାଇବର ଅପରାଧ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁଏହି ସମ୍ମିଳନୀ ପ୍ରୟାସର ଏକ ଅଂଶ ।