ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆନ୍ତର୍ଜାତିକ ଯୋଗ ଦିବସକୁ ସଫଳ କରିବାକୁ ଆହ୍ବାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ – ଆସନ୍ତା କାଲି ଅର୍ଥାତ 21 ତାରିଖ ଦିନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ । ଏହି ଥର ଏହି ଆୟୋଜନ ମାନବିକତା ପାଇଁ ଯୋଗ ଥିମ ଉପରେ ଆଧାରିତ ହେବ । ଆସନ୍ତୁ ସମସ୍ତେ ମିଶି ଏହାକୁ ସଫଳ କରିବା ଓ ଯୋଗର ଲୋକପ୍ରିୟତାକୁ ବଢାଇବା । –
ଉଲ୍ଲେଖନୀୟ ଯେ ଚଳିତ ବର୍ଷ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଜୁନ 21 ତାରିଖ ଦିନ ଦେଶର 75ଟି ପ୍ରମୁଖ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସର ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣାଟକର ମୈସୁର ଠାରେ ଆୟୋଜିତ ହେବାକୁ ଥିବା ସାମୁହିକ ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ଅଂଶଗ୍ରହଣକାରୀ ମାନଙ୍କ ସହ ସାମିଲ ହେବେ ।