ଭଦ୍ରକ – ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ କୋଚିଳା ନଦୀପଠାରୁ ଉଦ୍ଧାର ଯୁବତୀଙ୍କ ମୃତୁ୍ୟ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧାମନଗର ପୁଲିସ୍ ଗିରଫ କରିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ ସେକ୍ ନନ୍ । ଏଠାରେ ସୂଚନାଯୋଗ୍ୟ ଚଳିତମାସ ୨ ତାରିଖ ଦିନ ଯାଜପୁର ଜିଲା ମଙ୍ଗଳପୁର ଥାନା ଅହିୟାସ ଗ୍ରାମର ମିର୍ ସରାଫତଙ୍କ ଝିଅ ତବସୁମ ଖାତୁନ (୧୫) କୁ ସଂଜ୍ଞାହୀନ ଅବସ୍ଥାରେ ଧାମନଗର ଅର୍ଜୁନପୁର ପୋଲ ନିକଟ କୋଚିଳା ନଦୀପଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କର ମୁଣ୍ଡ,ମୁହଁ ସମେତ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିଲା । ତେବେ ଦୁଇଜଣ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ତାଙ୍କୁ ଉଦ୍ଧାର କରି ଧାମନଗର ଡାକ୍ତରଖାନା ଆଣିବା ପରେ ଫେରାର ହୋଇଯାଇଥିଲେ । ପରେ ତାଙ୍କୁ ଭଦ୍ରକ ଡାକ୍ତରଖାନା ଅଣାଯାଇ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଚିକିସôାଧୀନ ଅବସ୍ଥାରେ ମୃତୁ୍ୟ ଘଟିଥିଲା । ପରେ ତାଙ୍କ ପିତା ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଏବଂ ସେହି ଅଭିଯୋଗରେ ୯ମ ଶ୍ରେଣୀରେ ପଢୁଥିବା ତବସୁମ ଟୁ୍ୟସନ୍ ଯିବା ରାସ୍ତାରେ କେତେକ ଯୁବକ ଅପହରଣ କରିଥିବାର ଦର୍ଶାଇଥିଲେ । ପରେ ଧାମନଗର ହବିବନଗରର ସେକ୍ ବିଦେଶୀଙ୍କ ପୁଅ ସେକ୍ ନନ୍ ଏବଂ ତାଙ୍କର ସହଯୋଗୀ ଧାମନଗର ଡାକ୍ତରଖାନାରେ ଛାଡି ଫେରାର ହୋଇଯାଇଥିବା ବିଷୟ ଡାକ୍ତରଙ୍କ ଫଟୋଗ୍ରାଫିରୁ ଜଣାପଡିଥିଲା । ଏହି ଘଟଣାଟି ରହସ୍ୟ ଜନକ ଥିବାରୁ ମଙ୍ଗଳପୁର ଓ ଧାମନଗର ପୁଲିସ୍ ଅଧିକ ତଦନ୍ତ କରିବା ପରେ ଫେରାର ନନ୍ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଥିଲା । ତେବେ ଏହି ଘଟଣାରେ ଦୁଇଜଣ ସହଯୋଗୀଙ୍କୁ ଧାମନଗର ଓ ମଙ୍ଗଳପୁର ପୁଲିସ୍ ଗିରଫ କରିଥିଲା । ଆଜି ଧାମନଗର ପୁଲିସ୍ ମୁଖ୍ୟ ଅଭିଯୁକ୍ତ ସେକ୍ ନନ୍କୁ ଗିରଫ କରିବା ପରେ ଯାଜପୁର ଜିଲା ମଙ୍ଗଳପୁର ଥାନା ପୁଲିସ୍କୁ ହସ୍ତାନ୍ତର କରିଛି ।
Related Stories
November 30, 2024