ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ପରିଷଦର ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଗତକାଲି ପୂର୍ବାହ୍ନରେ ଅଧ୍ୟକ୍ଷା ଦେବକୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ମିଥିଳା ମାଝି, ଜଳ ସମ୍ପଦ ପରିବହନ ମନ୍ତ୍ରୀ ଟିଟିଲାଗଡ ବିଧାୟିକାଙ୍କ ପ୍ରତିନିଧି ଲୋଟାସ ଷଡ଼ଙ୍ଗୀ, ବଲାଙ୍ଗିର ବିଧାୟକ ପ୍ରତିନିଧି ସରୋଜ କୁମାର ରଥ, ଲୋଇସିଂହା ବିଧାୟକ ପ୍ରତିନିଧି ଦେବିଲାଲ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂହ ଲାଗୁରୀ, ସିଡିଓଇ ଓ ଜିଲ୍ଲାପରିଷଦ ସୁଶାନ୍ତ କୁମାର ସିଂହ, ବଲାଙ୍ଗିର ଉପ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ। ଅଧ୍ୟକ୍ଷା ଶ୍ରୀମତୀ ସାହୁ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହିତ ଉତ୍ତମ ସମନ୍ଵୟ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ଓ ଲୋକାଭିମୁଖୀ ଜୋଜନା ଗୁଡ଼ିକ ସଫଳତା ଦିଗରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଅଞ୍ଚଳରେ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ଅଧିକାରୀ ମାନେଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ୨୮.୧୨.୨୦୨୧ ରେ ଅନୁଷ୍ଠିତ ହୋଇଥିବା ବୈଠକର ପ୍ରସ୍ତାବ ଗୁଡ଼ିକ ଗୃହୀତ ହୋଇଥିବାର ଦୃଢ଼ୀକରଣ କରାଯାଇଥିଲା। ରାଜ୍ୟ ପଞ୍ଚମ ଅର୍ଥ କମିଶନ ଅନୁଦାନ ୨୦୨୨-୨୩ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇ ଏହା ଅନୁମୋଦନ କରଯାଇଥିଲା । ବୈଠକରେ ପ୍ରାଥମିକ ଶିକ୍ଷା ଗଣ ଶିକ୍ଷା ଅଧିନସ୍ଥ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି, ଶିକ୍ଷକ ସ୍ଥିତି, ଶୌଚାଳୟ ନିର୍ମାଣର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବିଭିନ୍ନ ଯୋଜନା ବାବଦରେ ଆଲୋଚନା ହେବା ସହ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କେନ୍ଦ୍ରରେ ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ସାର, ବିହନ ଯୋଗାଣ ପ୍ରଧାନମନ୍ତ୍ରୀ ଫସଲ ବୀମା ଉପରେ ଆଲୋଚନା ହୋଇ ସାର କଳାବଜରୀ ରୋକିବା ନିମନ୍ତେ ସ୍ବତନ୍ତ୍ର ସ୍କ୍ବା ର୍ଡ ଗଠନ କରି କଡାକଡି ଯାଞ୍ଚ କରିବା ଓ ଚାଷୀ ମାନେ ଫସଲ ବୀମା ରାଶି ଯେପରି ଠିକ୍ ଭାବରେ ପାଇପାରିବେ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏତଦ୍ ବ୍ୟତୀତ ମତ୍ସ୍ୟ, ପଶୁପାଳନ, କେନ୍ଦୁପତ୍ର, ଗ୍ରାମ୍ୟପାଇପ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ଉଦ୍ୟାନ କୃଷି, ବିଭାଗ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥଲା। ସଭ୍ୟ ମାନେ ନିଜ ଅଞ୍ଚଳରେ ଆକଂକ୍ଷ୍ୟୀ ଜିଲ୍ଲା ରୂପେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ଦୃଷ୍ଟିକୁ ଆଣିଥିଲେ ।
ବୈଠକରେ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇ ଅନୁମୋଦନ କରାଯାଇଥିଲା। ବୈଠକ ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।