ଭଦ୍ରକ – ମୃତୁ୍ୟ ବେଳେ ବେଳେ ଏମିତି ପାଦଥାପି ଯାଏ ଯେ ମଣିଷଟି କିଛି ଜାଣିବା ପୂର୍ବରୁ ପରଲୋକ ଗମନ କରିଥାଏ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଏହି ଜିଲାର ବାସୁଦେବପୁର ପୌରପାଳିକା ସ୍ଥିତ ରାଧାବଲ୍ଲଭପୁର ଗ୍ରାମରେ । ପ୍ରାପ୍ତ ଖବର ମୂଳେ ଏହି ଗ୍ରାମର ମନ୍ମଥ ଜେନାଙ୍କ ପୁଅ ପ୍ରହ୍ଲାଦ (୩୦) ଆଜି ସକାଳେ ବାତ୍ୟାରେ ନଷ୍ଟ ହୋଇଯାଇଥିବା ଧାନଚାଷ ଦେଖିବାକୁ ବିଲକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଯେ ବିଲ ହିଡରେ ଥିବା ଲୁହା ବିଦୁ୍ୟତ୍ ଖୁଣ୍ଟଟି ମୃତୁ୍ୟଦୂତ ହୋଇ ପ୍ରହ୍ଲାଦଙ୍କ ଜୀବନ ନେବା ଅପେକ୍ଷାରେ ରହିଛି । ସବୁଦିନ ପରି ପ୍ରହ୍ଲାଦ ବିଲକୁ ଯିବା ସମୟରେ ଉକ୍ତ ଖୁଂଟଟି ଛୁଇଁବା ମାତ୍ରେ ସେହିଠାରେ ସଂଜ୍ଞାହୀନ ହୋଇପଡିଥିଲେ । ନିକଟରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ତୁରନ୍ତ ବାସୁଦେବପୁର ସ୍ୱାସ୍ଥ୍ୟକେନ୍ଦ୍ର ନେଇଯାଇଥିଲେ ମଧ୍ୟ ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ । ଏହି ଖବର ସ୍ଥାନୀୟ ଅଂଳଚରେ ଶୋକର ଛାୟା ଖେଳାଇଦେଇଛି ।
Related Stories
November 30, 2024