ବଲାଙ୍ଗିର, ହରିଶଙ୍କରକୁ ଆସୁଥିବା ଯାତ୍ରୀ ମାନଙ୍କୁ ସୁରକ୍ଷା ପ୍ରଦାନ, ଗଣ୍ଡଗୋଳକାରୀଙ୍କ ଉପରେ ଲଗାମ କଷିବାକୁ ପୋଲିସ କଡା ପଦକ୍ଷେପ ନେଇଛି । ମଦୁଆଙ୍କ ଉପରେ ଖପ୍ରାଖୋଲ ପୋଲିସ ନେଇଛି କଡା ପଦକ୍ଷେପ । ମଦ ପିଇ ହରିଶଙ୍କର ଝରଣାରେ ଗାଧୋଇଲେ କିମ୍ବା ଏହି ଝରଣା ପାଖରେ ମଦ୍ୟପାନ କଲେ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଫଳକ ଲଗାଯାଇ ନୋଟିସ ଦିଆଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଗତ କିଛି ଦିନ ତଳେ ମଦ ପିଇବାକୁ ନେଇ ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍ପିଟ ହୋଇଥିବା ବେଳେ ଏ ସଂପର୍କରେ ଖବର ପ୍ରକାଶନ ତଥା ଜିଲ୍ଲାପାଳଙ୍କୁ ଗନ୍ଧମାର୍ଦନ ଟ୍ରଷ୍ଟ ଓ ସଚେତନ ନାଗରିକ ପକ୍ଷରୁ ଦାବି ଜଣାଇଥିଲେ, ଏହାକୁ ଆଖି ଆଗରେ ରଖି ଆଗକୁ ଯେମିତି ଏହିପରି ପରସ୍ଥିତି ସୃଷ୍ଟି ନହେବ ସେଥିପାଇଁ ଖପ୍ରାଖୋଲ ପୋଲିସ ଏହିପରି ପଦକ୍ଷେପ ନେଇଥିବା ଜଣାପଡିଛି । ଏହାଦ୍ବାରା ଏହି ଅଞ୍ଚଳକୁ ଆସୁଥିବା ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ମହିଳା ଯାତ୍ରୀ ମାନେ ସୁରକ୍ଷିତ ଦର୍ଶନ କରିବା ସହିତ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିପାରିବେ ।