ବୌଦ୍ଧ, ଦାଦନ ଶ୍ରମିକର ଶବ ପହଂଚିବା ପରେ ଗ୍ରାମରେ ଦେଖାଦେଇଛି ଉତେଜନା । ଦାଦନ ଦଲାଲ ଠାରୁ କ୍ଷତିପୂରଣ ଦାବି କରି ଉତ୍ୟକ୍ତ ଗ୍ରାମବାସୀ ମାନେ ମୃତକର ଶବକୁ ଦଲାଲ ଘର ସାମ୍ନାରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସଡକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ବିଘୁଆକଟା ଗାଁର ୩୫ ବର୍ଷୀୟ ଜୟ ଭୋକ୍ତାଙ୍କ ଶବ ଗ୍ରାମରେ ପହଂଚିଛି । ଲୁଣିବାହାଲ ପଂଚାୟତର ବିଘୁଆକଟା ଗାଁର ଜୟ ଭୋକ୍ତା ତାମିଲନାଡୁର ତାମ୍ବରମ ଅଂଚଳର ଏକ ଘରୋଇ ମାର୍ବଲ କମ୍ପାନୀରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଏକ ମିନିଟ୍ରକରେ କୌଣସି ଏକ ସ୍ଥାନକୁ ମାର୍ବଲ ଦେବାକୁ ଯାଉଥିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଅନଙ୍ଗ ପ୍ରଧାନ ଓ ଜୟ ଭୋକ୍ତାଙ୍କ ମୃତ୍ୟୁହୋଇଥିଲା । କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ଯୋଗାଯୋଗ କରି ଉଭୟଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ଓଡିଶା ପଠାଇଥିଲେ । ଆଜି ବିଘୁଆକଟା ଗ୍ରାମରେ ଭୋକ୍ତାଙ୍କ ମୃତ ଦେହ ପହଁଚିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ପକ୍ଷରୁ ଦଲାଲ ସୁଶାନ୍ତ ପ୍ରଧାନଙ୍କ ଘର ସମ୍ମୁଖରେ ଶବ ରଖି ଧାରଣ ଦିଆଯାଇଛି । ଦଲାଲ ୧୫ ଲକ୍ଷ ଟଙ୍କା କ୍ଷତିପୁରଣ ନଦେବା ଯାଏଁ ଶବ ଉଠିବ ନାହିଁ ବୋଲି ପରିବାର ଲୋକେ ଚେତବନୀ ଦେଇଛନ୍ତି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପିତାମ୍ବର ପୁର ପଂଚାୟତର ଜିରାଡ଼ ଗାଁର ୩୦ ବର୍ଷୀୟ ଅନଙ୍ଗ ପ୍ରଧାନ, ସାମ୍ପଚ ପଂଚାୟତ ବରଝୁଲି ଗାଁର ସାନନ୍ଦ ଭୋଇ ଏବଂ ବିଘୁଆକଟା ଗାଁର ୩୫ ବର୍ଷୀୟ ଜୟ ଭୋକ୍ତା ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ । ଉକ୍ତ ତିନିଜଣ ଯୁବକ ତାମିଲନାଡୁର ହେମ୍ବ ମ ଅଂଚଳର ଏକ ଘରୋଇ ମାର୍ବଲ କମ୍ପାନୀରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଏକ ମିନିଟ୍ରକରେ କୌଣସି ଏକ ସ୍ଥାନକୁ ମାର୍ବଲ ଦେବାକୁ ଯାଉଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ଅନଙ୍ଗ ପ୍ରଧାନ ଓ ଜୟ ଭୋକ୍ତାଙ୍କ ମୃତ୍ୟୁ ହୋଇଥିବା ବେଳେ ସାନନ୍ଦ ଭୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ୨ ମାସ ଆଗରୁ ସେମାନେ କାମ କରିବାକୁ ତାମିଲନାଡୁ ଯାଇଥିଲେ ।