-
ନିର୍ମାଣ କାର୍ଯ୍ୟର ଯାଂଚ୍ କଲା ୧୦ ଜଣିଆ ଟିମ୍
ପୁରୀ, ରଥ ଖଳାରେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଲାଣି । ତିନି ରଥର ତୃତୀୟ ଭୁଇଁ ସଂଯୋଗ ପରେ ବଡ ଧରା ପୋଟଳ ଉଠିବା ସହ ପ୍ରଥମ ଭୁଇଁରେ ବସିବା ପାଇଁ କନକ ମୁଣ୍ଡି ନିର୍ମାଣ ହୋଇ ବିନ୍ଧ ଖୋଦେଇ ଚାଲିଛି । ତିନି ରଥର ଦୁଆର ବେଢାରେ ଫିଟିଙ୍ଗ ହେବା ପାଇଁ ଗାରେଡି ସହ ମଗର ମୁଖ ପଟା ସଂଯୋଗ ହୋଇ ରହିଛି । ସେପଟେ ଦୋଳବେଦି କୋଣ ଅସ୍ଥାୟୀ କମାର ଶାଳାରେ ଆବଶ୍ୟକୀୟ କଂଟା କ୍ଲାମ୍ପ, ପୋଟଳ କଂଟା ତିଆରି କାର୍ଯ୍ୟ ଆଗେଇ ଚାଲିଛି ।
ଅନ୍ୟପକ୍ଷରେ ଗତକାଲି ସଂନ୍ଧ୍ୟାରେ ଏହି ରଥ ନିର୍ମାଣ କାର୍ଯ୍ୟର ଯାଂଚ୍ କରିଛନ୍ତି ୧୦ ଜଣିଆ ଟିମ୍ । ଆଂଚଳିକ ବନ ସଂରକ୍ଷକ ଓ ଡିଏଫଓଙ୍କ ସମେତ ଏହି ୧୦ ଜଣିଆ ଟିମ୍ ତିନି ରଥର ନିର୍ମାଣ କାର୍ଯ୍ୟ ଓ ସ୍ଥିତି ସମ୍ପର୍କରେ ଯାଂଚ୍ କରିଥିଲେ । ୩ ରଥ ପାଇଁ ଅଧିକ ୨୯ ଖଣ୍ଡ କାଠ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।