ବଲାଙ୍ଗିର, ଆଜି ସକାଳ ୬ ଟା ରେ ସ୍ଵଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ତେଲ ନଦୀ ବ୍ରିଜ ରେ ବାଲିରେ ପୋତି ହୋଇଥିବା ପାଣି ଡ୍ରେନେଜ ର ଶହ ଶହ ପୋଲକୁ ସଫେଇ କରାଯାଇଛି। ଗତକାଲି ପ୍ରଥମ ବର୍ଷାରେ ସୁବର୍ଣ୍ଣପୁର ସହରର ସମସ୍ତ ଅଂଚଳରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ଯାଇଥିବାରୁ ସାଧାରଣ ଲୋକ ଓ ଯାନ ବାହନ ସବୁ ଯାତାୟାତ ବେଳେ ଘୋର ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି। ଏହି ଖବର ପାଇ ଆଜି ସ୍ବେଛାସେବୀ ସଂଗଠନ ସ୍ଵଚ୍ଛ ଭାରତର କର୍ମକର୍ତ୍ତା ସୟଦ ଅଲିମୁଲ ଇସଲାମଙ୍କ ନେତୃତ୍ଵରେ ବ୍ରିଜ ର ଛୋଟ ଛୋଟ ପୋଲ ସବୁକୁ ସଫେଇ କରି ଜମିଥିବା ପାଣିକୁ ଡ୍ରେନେଜ କରିଥିଲେ। ଶହ ଶହ ବର୍ଷ ର ଏହି ପୁରୁଣା ବ୍ରିଜ ର ମରାମତି ଓ ରକ୍ଷଣା ବେକ୍ଷଣା ଲାଗି ବାରମ୍ବାର ଏନ ଏଚ ଡିଭିଜନ ସମେତ ଉଭୟ ଜ଼ିଲ୍ଲାର ଜ଼ିଲ୍ଲାପାଳ ମାନଙ୍କୁ ଏ ସଂଗଠନ ବହୁ ପୂର୍ବରୁ ଲିଖିତ ଆକାରରେ ଦାବୀ କରି ଆସୁଥିଲେ ସୁଦ୍ଧା ବ୍ରିଜ ର ରକ୍ଷଣାବେକ୍ଷଣ ପ୍ରତି ଉଭୟ ଜ଼ିଲ୍ଲା ପ୍ରଶାସନର ଦୂର ଦୃଷ୍ଟିର ଅଭାବକୁ ସଂଘ କର୍ମକର୍ତ୍ତାଙ୍କ ସମେତ ଉଭୟ ଜ଼ିଲ୍ଲାର ବୁଦ୍ଧିଜୀବୀ ଘୋର ନିନ୍ଦା କରିଛନ୍ତି। ଦୀର୍ଘ ଦଶ ବର୍ଷ ମଧ୍ୟରେ ବ୍ରିଜ ରେ ଥରେ ଚୂନ ଲାଗିଥିବା ଓ ଖାଲ ନାଳରେ ଥରେ କରାଳ ପିଚୁ ଢାଳି ଥିବା ଓ ଥରେ ବାଲି ସଫା କରିଥିବା ଲୋକଙ୍କ ନଜର, ଆଉ ଏଇ ସ୍ବେଛାସେବୀ ଙ୍କ ନଜରରେ ଆସିଥିବା ଜଣାଯାଇଛି। କିନ୍ତୁ, ୨୦୧୪ ରୁ ଏହି ସ୍ବେଛାସେବୀ ସଂଗଠନ ଓ ସୋନପୁର ମନମୁଣ୍ଡା ଉଭୟ ସହରର କିଛି ବୁଦ୍ଧିଜୀବୀ, ସ୍ବେଛାସେବୀଙ୍କ ଉଦ୍ୟମରେ ବ୍ରିଜ ର ଉଭୟ ପଟର ଖାଲ ନାଳକୁ ଇଟା ପଥର ପେଚିଂ ସହ ବାଲି ମାଟି ସଫେଇ କରାଯାଉଛି।
ଆଜିର ସଫେଇ କାର୍ଯ୍ୟକ୍ରମ ପରେ ପରେ ଦିଲ୍ଲୀର ଅଲ୍ଲୀ କ୍ଲବ 24 ତମ ମିସ ଏଣ୍ଡ ମିଷ୍ଟର ଟିନ ଇଣ୍ଡିଆ ପ୍ରତିଯୋଗିତାକୁ ନିମନ୍ତ୍ରଣରେ ବିଚାରକ ଭାବେ ଡାକିଥିବା ସ୍ଵଚ୍ଛ ଭାରତ ପରିବାରର ରାମଚନ୍ଦ୍ର ଓ ରୀନା ଅଗ୍ରୱାଲାଙ୍କ ଝିଅ ତନିଷାଙ୍କୁ ସ୍ଵଚ୍ଛ ଭାରତ ସଂଗଠନ ପକ୍ଷରୁ ମନମୁଣ୍ଡା ଠାରେ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ସମସ୍ତ କାର୍ଯ୍ୟକ୍ରମରେ ସଂଗଠନର ଗରିବ ଲୋଇ, ଅଶୋକ ହୋତା, ଇନ୍ଦୁମତୀ ପୁରୋହିତ, ପ୍ରଦ୍ୟୁମ୍ନ ପଟେଲ, ରାମଚନ୍ଦ୍ର ଆଗ୍ରୱାଲା, ପ୍ରହଲ୍ଲାଦ ମିଶ୍ର, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ତରଣୀ ମେହେର, ପ୍ରତାପ ଦାଶ, ସିମାଞ୍ଚଳ ହୋତା, ଚୌଧୁରୀ ବିଭାର, ନାରାୟଣ ରଥ, ଜୟନ୍ତ ବେହେରା, ଓ ନୂତନ ସଭ୍ୟ ପ୍ରତିମନ କର୍ଣ୍ଣ, ପ୍ରମୁଖ ସମସ୍ତ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ।