ଗଞ୍ଜାମ, ଘର ବିକିବାକୁ କହି ବ୍ରହ୍ମପୁର ସହର ଉପକଣ୍ଠ କୃଷ୍ଣଚନ୍ଦ୍ର ନଗରଡିହର ସଂଯୁକ୍ତା ଶତପଥୀଙ୍କ ଠାରୁ ୧୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ମାନେ ଟଙ୍କା ନେବା ପରେ ସେହି ଘରକୁ ଅନ୍ୟ ଜଣଙ୍କୁ ବିକିବାକୁ ଯୋଜନା କରୁଥିବା ସଦର ଥାନାରେ ଅଭିଯୋଗ ହୋଇଛି । ବ୍ରହ୍ମପୁର ସଦର ଥାନା ପୋଲିସ ଏ ସଂକ୍ରାନ୍ତରେ କେସ୍ ନଂ ୨୫୨/୨୨ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସଂଯୁକ୍ତା ୩ ବର୍ଷ ତଳେ ଶକ୍ତିନଗର ଠାରେ ଏକ ଘର କିଣିବା ପାଇଁ ଅଭିଯୁକ୍ତ ସହ ଯୋଗାଯୋଗ କରିଥିଲେ । ଘରକୁ ୪୨ ଲକ୍ଷରେ କିଣିବେ ବୋଲି ସ୍ଥିର ହୋଇଥିଲା । ସେହି ଅନୁସାରେ ସଂଯୁକ୍ତା ଓ ତାଙ୍କ ସ୍ଵାମୀ କିସ୍ତିରେ ଅଭିଯୁକ୍ତଙ୍କୁ ୧୬ ଲକ୍ଷ ଟଙ୍କା ଦେଇଥିଲେ । ତେବେ ଇତିମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତ ଘର ବିକ୍ରୀ କରିନଥିଲେ । ସଂଯୁକ୍ତା ଏବେ ଜାଣିବାକୁ ପାଇଛନ୍ତି, ସେ କିଣିବାକୁ ଥିବା ଘରକୁ ଅନ୍ୟ ଜଣଙ୍କୁ ବିକ୍ରୀ ପାଇଁ ଯୋଜନା ଚାଲିଛି । ସଂଯୁକ୍ତା ଏ ସମ୍ପର୍କରେ ଅଭିଯୁକ୍ତଙ୍କୁ ପଚାରିବାରେ ସେ ତାଙ୍କୁ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।