-
ସାମାଜିକ କଟକଣା ଓ ବାସନ୍ଦ ପ୍ରଥାକୁ ଗ୍ରାମରେ ଲାଗୁ ନକରିବା, କୌଣସି ଅଶାନ୍ତି ପରିବେଶ ସୃଷ୍ଟି ନକରିବା ପାଇଁ ଜନସାଧାରଣଙ୍କୁ ପୋଲିସର ତାଗିଦ୍
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମଉଳାଭଣଜା ପଚାଂୟତର ସରପଂଚ ପ୍ରାର୍ଥୀ ହୋଇଥିବା ରୋଜାଲିନ ବେହେରାଙ୍କ ପିତା କାଳୁଚରଣ ବେହେରା ଓ ତାଙ୍କ ପରିବାରବର୍ଗଙ୍କୁ ଜାତିରୁ ବାସନ୍ଦ କରାଯାଇଥିବା ସମ୍ପର୍କରେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ.ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହାକୁ ଭିତି କରି ଏସପି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିକିଟି ଏସଡିପିଓ, ଦିଗପହଣ୍ଡି ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଉଭୟ ମଉଳାଭଣଜା ଗ୍ରାମକୁ ଯାଇ ସରପଂଚ, ସମିତିସଭ୍ୟ, ଦିଗପହଣ୍ଡି କୂଳ ମୁଖିଆ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କୁ ଡାକି ଏକ ବୈଠକ କରି ଶାନ୍ତି କମିଟି ଗଠନ କରିଥିଲେ । ସାମାଜିକ କଟକଣା ଓ ବାସନ୍ଦ ପ୍ରଥାକୁ ଗ୍ରାମରେ ଲାଗୁ ନକରିବା, କୌଣସି ଅଶାନ୍ତି ପରିବେଶ ସୃଷ୍ଟି ନକରିବା ପାଇଁ ଜନସାଧାରଣଙ୍କୁ ତାଗିଦ୍ କରିଥିଲେ । ଏହା ବିରୋଧରେ ଯଦି କେହି କାର୍ଯ୍ୟ କରେ, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ ।