କନ୍ଧମାଳ, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ଦାବୀ ଓ ଆଗ ଧାଡିର ସାମ୍ବାଦିକ ସଂଘ ଓଡିଶା ସାମ୍ବାଦିକ ୟୁନିଅନ ସମେତ ଅନ୍ୟାନ୍ୟ ସଂଗଠନ ଗୁଡିକର ଦିର୍ଘ ବର୍ଷ ଧରି ନିରନ୍ତର ଦାବୀ ଓ ଆନ୍ଦୋଳନ ପରେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିଥିଲେ। ଏଥିରେ ଆରମ୍ଭରୁ ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକ ମାନଙ୍କୁ ସାମିଲ୍ କରାଯାଇଥିଲା। ଯାହା ଫଳରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ସମେତ ସେମାନଙ୍କ ପରିବାର ଲୋକେ ସ୍ବାସ୍ଥ୍ୟ ବୀମା ସୁବିଧା ପାଇ ପାରୁଥିଲେ। ଏହି ବୀମାର ନବୀକରଣ ପ୍ରତି ବର୍ଷ ହେଉଥିବା ବେଳେ ଆରମ୍ଭରୁ ଏହି ଯୋଜନାରେ ସାମିଲ ହୋଇଥିବା ସଂସ୍ଥା ଓ ସାମ୍ବାଦିକଙ୍କ ବୀମା ଯୋଜନାକୁ ନବିକରଣ କରାଯିବା କଥା। ହେଲେ ଚଳିତ ଥର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପାତର ଅନ୍ତର ନୀତି ଆପଣେଇଛି। ପୂର୍ବରୁ ଏହି ଯୋଜନାରେ ସାମିଲ ଥିବା କିଛି ସର୍ବ ପୁରାତନ ଗଣମାଧ୍ୟମ ଗଣମାଧ୍ୟମ ସଂସ୍ଥା (୭୪ ବର୍ଷ ର) ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକ ମାନେ ସେମାନଙ୍କ ଯୋଜନାକୁ ନବିକରଣ ଓ ନୂତନ ପାଇଁ ଦରଖାସ୍ତ ଆହ୍ଵାନ କରିଛନ୍ତି । ସେଥିରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ଲିଷ୍ଟରେ ବହୁ ପୁରାତନ ଓ ପ୍ରତିଷ୍ଠିତ ସଂସ୍ଥାର ନାମକୁ ବାଦ୍ ଦେଇ ସ୍ଥାନିତ କରି ନାହାନ୍ତି । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାରେ ସାମିଲ୍ କରୁଥିବା ନେଇ ଘୋଷଣା କରୁଥିଲେ ମଧ୍ୟ ଏଥିରେ ସାମ୍ବାଦିକମାନଙ୍କ ପ୍ରତି ପାତର ଅନ୍ତର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ନେଇ ଅଭିଯୋଗ ହେଉଛି । କେତେକ ନିର୍ଦ୍ଦିଷ୍ଟ ସମ୍ବାଦପତ୍ର, ବୈଦ୍ୟୁତିକ ଗଣମାଧ୍ୟମ ଓ ନିଉଜ ଏଜେନ୍ସିର ସାମ୍ବାଦିକମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରୀ କରାଯାଇଥିବା ତାଲିକାରେ ବହୁ ସଂଖ୍ୟାରେ ପ୍ରମୁଖ ମିଡ଼ିଆ ସଂସ୍ଥାର ନାମକୁ ବାଦ ଦିଆଯାଇଛି । ତେବେ ଏପରି ନକରି ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ସମସ୍ତଙ୍କୁ ସମାନ ସୁବିଧାସୁଯୋଗ ପ୍ରଦାନ କରିବାକୁ ଦାବୀ ହେଉଛି ।
ଏବେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ ବିମା ନବୀକରଣ ଓ ନୂତନ ପାଇଁ ଦରଖାସ୍ତ ଆହ୍ଵାନ କରିଛନ୍ତି । ସେଥିରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ତାଲିକାରେ ବହୁ ପୁରାତନ ଓ ପ୍ରତିଷ୍ଠିତ ସଂସ୍ଥାର ନାମକୁ ବାଦ୍ ଦେଇ ସ୍ଥାନିତ କରି ନାହାନ୍ତି । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାରେ ସାମିଲ୍ କରୁଥିବା ନେଇ ଘୋଷଣା କରୁଥିଲେ ମଧ୍ୟ ଏଥିରେ ସାମ୍ବାଦିକମାନଙ୍କ ପ୍ରତି ପାତର ଅନ୍ତର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ନେଇ ଅଭିଯୋଗ ହେଉଛି । କେତେକ ନିର୍ଦ୍ଦିଷ୍ଟ ସମ୍ବାଦପତ୍ର, ବୈଦ୍ୟୁତିକ ଗଣମାଧ୍ୟମ ଓ ନିଉଜ ଏଜେନ୍ସିର ସାମ୍ବାଦିକମାନଙ୍କୁ ଏଥିରୁ ବାଦ୍ ଦିଆଯାଇଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରୀ କରାଯାଇଥିବା ତାଲିକାରେ ବହୁ ସଂଖ୍ୟାରେ ପ୍ରମୁଖ ମିଡ଼ିଆ ସଂସ୍ଥାର ନାମ ନଥିବା ଜଣାପଡିଛି । ତେବେ ଏପରି ନକରି ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ସମସ୍ତଙ୍କୁ ସମାନ ସୁବିଧାସୁଯୋଗ ପ୍ରଦାନ କରିବାକୁ ଦାବୀ ହେଉଛି ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏ ଧରଣର ସାବତ ପୁଅ ନୀତି ଅବଲମ୍ବନ ବିରୋଧରେ ସାମ୍ବାଦିକ ଓ ସାମ୍ବାଦିକ ସଂଘମାନେ ସ୍ବର ଉତୋଳନ କରିଛନ୍ତି ଏବଂ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।