ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ବାଦେଲି ଠାରେ ଡାକ୍ତର ଅଚ୍ୟୁତ ସାମନ୍ତ, କନ୍ଧମାଳ ସାଂସଦଙ୍କ ଦ୍ଵାରା ୫୦ କୋଟି ଖର୍ଚ୍ଚରେ ଏକ କିସ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି ବିଦ୍ୟାଳୟକୁ ଗତକାଲି ମୁଖ୍ୟମନ୍ତ୍ରୀ ଭର୍ତ୍ତୃଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଏମ.ପି. ବସନ୍ତ ପଣ୍ଡା, କିସ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କଳାହାଣ୍ଡି ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ପ୍ରମୁଖ ଯୋଗଦାନ କରିଥିଲେ।
ସ୍ଵାଗତ ଭାଷଣରେ ଶ୍ରୀଯୁକ୍ତ ସାମନ୍ତ କହିଥିଲେ ଯେ, କଳାହାଣ୍ଡି ଜିଲ୍ଲାରେ ଅନେକ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢି ପାରିବେ। ଛାତ୍ର ଛାତ୍ରୀ ମାନଙ୍କ ସମସ୍ତ ଖାଦ୍ୟପେୟ ଓ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ କିସ କର୍ତ୍ତୃପକ୍ଷବହନ କରିବେ। ଜିଲ୍ଲାର ଅବହେଳିତ ଜନଜାତିର ପିଲାମାନେ ଏହି ସୁଯୋଗ ପାଇପାରିବେ। ଏହି ବିଦ୍ୟାଳୟ ପ୍ରାୟ ୧୦ ଏକର ଜମିରେ ଉନ୍ନତ ଢଙ୍ଗରେ ତିଆରି କରାଯାଇଛି। ଚାରି ପଟେ ସୁନ୍ଦର ପାଚେରୀ ତିଆରି ହୋଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାବିତ, ନେତୃ ମଣ୍ଡଳୀ, ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।