ପୁରୀ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାର ସ୍ଵତନ୍ତ୍ର ସମୀକ୍ଷା ବୈଠକ ଆଜି ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସୀ ଜରିଆରେ ଏହି ବୈଠକରେ ଯୋଗଦେଇ କହିଲେ, ଚଳିତ ବର୍ଷ କରୋନା କଟକଣା ନଥିବାରୁ ରଥଯାତ୍ରାରେ ଅଧିକ ସଂଖ୍ୟାରେ ଭକ୍ତ ସାମିଲ୍ ହେବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଭକ୍ତ ମାନେ କିପରି ସୁଖଦ ଅନୁଭବ ନେଇ ଫେରିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ । ଏଥିପାଇଁ ସେବାୟତ, ସହରବାସୀ ଓ ଭକ୍ତ ମାନଙ୍କ ସହଯୋଗ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ବୈଠକରେ ଆଇନ ମନ୍ତ୍ରୀ, ଉନ୍ନୟନ କମିଶନର, ପୋଲିସ ଡିଜି ଓ କେନ୍ଦ୍ରାଚଂଳ ରାଜସ୍ଵ ଆୟୁକ୍ତ ଓ ଅନ୍ୟ ମନ୍ତ୍ରୀ ଏବଂ ଅଧିକାରୀ ମାନେ ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ ସ୍ଵାସ୍ଥ୍ୟ, ପରିମଳ, ରାସ୍ତାଘାଟ, ବିଦ୍ୟୁତ, ପାନୀୟ ଜଳ, ପରିବହନ, ଶ୍ରୀମନ୍ଦିରର ବିଭିନ୍ନ ନୀତି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା ।
Related Stories
November 24, 2024
November 24, 2024