ଗଞ୍ଜାମ, ଅଗ୍ନିପଥ ତଥା ଅଗ୍ନିବୀର ଯୋଜନାକୁ ନେଇ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଯୁବକ ଆସି ବ୍ରହ୍ମପୁର ସ୍ଥିତ ଦକ୍ଷିଣାଚଂଳ ରାଜସ୍ଵ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେନାରେ ଭର୍ତି ନିମନ୍ତେ ବୟସ ସୀମା କୋହଳ ତଥା କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କରେ ଏମାନେ ଦାବି କରିଛନ୍ତି । ଏହା କାର୍ଯ୍ୟକାରୀ କରାନଗଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଆରଡିସିଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
Related Stories
November 24, 2024
November 24, 2024