
ମୁଖୀଗୁଡା, ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ଜୟପାଟଣା ଥାନା ଅନ୍ତର୍ଗତ ଛତାପଦର ଗ୍ରାମର ଜଣେ ଯୁବକକୁ କୋର୍ଟ ଚାଲାଣ କରାଯାଇଛି। ଜୟପାଟଣା ଥାନା ଅନ୍ତର୍ଗତ ଛତାପଦର ଗ୍ରାମର ଅଜୁ ସୁନା (୧୯) ନବମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକାଙ୍କୁ ଗତ ୧୫ ତାରିଖରେ ମୋଟର ସାଇକେଲରେ ଅପହରଣ କରିନେଇ ଥୁଆମୂଳରାମପୁରରେ ନିଜ ସାଙ୍ଗ ଘରେ ରଖି ଦୁଷ୍କର୍ମ କରିଥିଲା । ଏନେଇ ଜୟପାଟଣା ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଅଜୁ ସୁନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।