
ଭୁବନେଶ୍ୱର, ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଆୟୋଜିତ ହେବ ବିଂଶତମ ଲୋକମେଳା ୨୦୨୨ । ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରର ଶରଧାବାଲି ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ଲୀ ମୁକ୍ତାକାଶ ରଙ୍ଗମସଙ୍ଖରେ ଆୟୋଜିତ ହେବ ଏହି ଲୋକ ସାଂସ୍କୃତିକ ମହୋତ୍ସବ । ଅଣଲାଭକାରୀ ସ୍ୱେଚ୍ଛାସେବୀ ସଂଗଠନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା (ଏସଏସଏସ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏସଏସଏସ ସଂଗଠନ ଲୋକ କଳା ଏବଂ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସାଂସ୍କୃତିକ ସୁରକ୍ଷା ଏବଂ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିଥାଏ ।
ଓଡ଼ିଶା ଏକ ଜନଜାତି ବହୁଳ ରାଜ୍ୟ । ଏଠାରେ ୬୨ଟି ଜନଜାତି ସମ୍ପ୍ରଦାୟ ଓ ଦେଶର ୨୨%ରୁ ଅଧିକ ଜନଜାତି ବର୍ଗର ଲୋକ ରହିଥାନ୍ତି । ରାଜ୍ୟରେ ଜନଜାତି ସଂସ୍କୃତିର ଅଭିନବ ସମାହାର ଦେଖିବାକୁ ମିଳିଥାଏ । ଏପରିକି ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂଳ ସ୍ୱରୂପ ନୀଳମାଧବଙ୍କୁ ଆଦିବାସୀ ରାଜା ବିଶ୍ୱାବସୁ ପୂଜା କରୁଥିଲେ । ରାଜ୍ୟର ସାମାଜିକ, ଆର୍ôଥକ ଏବଂ ସାଂସ୍କୃତିକ ଜୀବନ ଉପରେ ଜନଜାତି ସମୁଦାୟର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥାଏ । ଦ୍ରୁତ ଆଧୁନିକୀକରଣ କାରଣରୁ ପାରମ୍ପରିକ ଲୋକ ଏବଂ ଜନଜାତି ସଂସ୍କୃତି ଉପରେ ବିପଦ ମାଡ଼ି ଆସଛି ଫଳରେ ଏହା ଧୀରେ ଧୀରେ ବିଲୁପ୍ତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଲୋକ ମେଳା ଆଦିବାସୀ କଳା ସଂସ୍କୃତିର ପ୍ରୋତ୍ସାହନ ଦିଗରେ ବିଶେଷ ସହାୟକ ହୋଇ ପାରିବ ବୋଲି ଆଶା କରାଯାଉଛି ।