
ଗଞ୍ଜାମ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଖେଳ ପଡ଼ିଆ ନିକଟରେ ସୁକାନ୍ତ ସାହୁ ନାମକ ଜଣେ ଯୁବକକୁ ତିନି ଜଣ ଯୁବକ ଗତ ୧୨ ତାରିଖରେ ମାଡ ମାରି ଲହୁଲୁହାଣ କରିବା ସହ ତାଙ୍କର ମୋବାଇଲ ଓ ଟଙ୍କା ଲୁଟ୍ କରିଥିଲେ । ଏନେଇ ସୁକାନ୍ତ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ ୧୮୪/୨୨ ରେ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ କରୁଥିଲା । ଘଟଣାରେ ଆଜି ଅମିତ କୁମାର ମହାନ୍ତି, ପିଙ୍କୁଲ ମହାରଣା ଓ ଭରତ ପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଏମାନଙ୍କ ନିକଟରୁ ଲୁଟ୍ ରେ ବ୍ୟବହୃତ ବାଇକ୍ ଜବତ କରିବା ସହ ଲୁଟ୍ ହୋଇଥିବା ମୋବାଇଲ ଓ ପର୍ସକୁ ଉଦ୍ଧାର କରି ପୋଲିସ ସୁକାନ୍ତଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।