
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଧରକୋଟ ବଡ଼ଦାଣ୍ଡ ସାହିର ଜଣକ ବାରିପଟ ଅଳିଆ ଗଦାରେ ଏକ ନବଜାତ ଶିଶୁପୁତ୍ର ପଡି କୁଆଁ କୁଆଁ କାନ୍ଦୁଥିବା ଶବ୍ଦ ଶୁଣି ସେଠାରେ ଲୋକ ରୁଣ୍ଡ ହୋଇଥିଲେ । ଏହାପରେ ଶିଶୁଟିକୁ ଧରାକୋଟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଧରାକୋଟ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ କିଏ, କାହିଁକି ଏପରି କରିଛନ୍ତି ଏବଂ ଶିଶୁପୁତ୍ରଟି କାହାର ସେନେଇ ପୋଲିସ ତଦନ୍ତ ଜାରୀ ରଖିଛି । ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯିବ ।