-
ଗୋବିନ୍ଦପୁର ପଚାଂୟତରେ ବିନା ଫଳକରେ, ଜେସିବି ଦ୍ଵାରା ଚାଲିଛି କାମ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଚାଂୟତରେ ବିନା ଫଳକରେ ଚାଲିଛି ଜେସିବି ମେସିନ ଦ୍ଵାରା କାମ । ପୁଣି ସେପଟେ ଜବକାର୍ଡଧାରୀଙ୍କୁ ମିଳୁନି କାମ । ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜି ଏନ ଆରଇଜିଏସ)ରେ ମହିଳା ଜବ କାର୍ଡ ଧାରୀ କାମ କରିବା ବଦଳରେ ଜେସିବି କରୁଛି କାମ । ଏଠି କାହା ଇସାରାରେ କାମ ଚାଲିଛି ଯାହାକି ପ୍ରଶାସନ ଏଠି ନିରବନ୍ଦ୍ରଷ୍ଟା, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
୧୦୦ ଦିନ କାମର ମଜୁରୀ ଟଙ୍କା ଯାଉଛି କେଉଁ ଖାତାକୁ ଏ ନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏହିଭଳି ରାତାରାତି ଜେସିବି ଦ୍ଵାରା କାମ ଚାଲିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଦେଇଛି । କିଛି ମହିଳା କର୍ମୀ ଆଗାମୀ ଦିନରେ ଏହି ପଚାଂୟତରେ ଭଲ କାମ କରି ପ୍ରଶଂସିତ ହେଉଥିବା ବେଳେ ଏବେ ତାଙ୍କ ଠାରୁ କାମ ଛଡାଇ ନେଇଥିବା ସୂଚନା ମିଳିଛି । ଏ ନେଇ ବ୍ଲକ ଗୋଷ୍ଠୀ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ଏନ ଆର ଜି ଏସ କାର୍ଯ୍ୟରେ ନିୟୋଜିତ ନ କଲେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ତଥା ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତି ନେଇଛନ୍ତି ଗ୍ରାମର ଶତାଧିକ ଲୋକ । ଦେଖାଯାଉ ପ୍ରଶାସନ ଏମାନଙ୍କୁ କି ପ୍ରକାର ସହାୟତା କରୁଛି ।