ଭଦ୍ରକ – ବିଜେଡି ଜିଲ୍ଲା କାଯ୍ର୍ୟକାରିଣୀ ବୈଠକରେ ଉଠିଲା ଧାମନଗର ପ୍ରସଙ୍ଗ ା ନିର୍ବାଚନରେ ଦଳିୟ ପରାଜୟର ସମୀକ୍ଷା କରିବାକୁ ବୈଠକରେ ଦାବୀ କଲେ ସଦସ୍ୟ ା ହେଲେ ପୁର୍ବ ବୈଠକ ଭଳି ଅତ୍ୟନ୍ତ ଚତୁରତାର ସହିତ ପ୍ରସଙ୍ଗ ଏଡେଇ ଗଲେ ଜିଲ୍ଲା ପଯ୍ର୍ୟବେକ୍ଷକ ତଥା ମନ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ା ଫଳରେ ପୁଣି ରହସ୍ୟମୟ ହୋଇ ରହିଗଲା ଧାମନଗର ନିର୍ବାଚନ ମଣ୍ଡଳୀରେ ଦଳିୟ ପରାଜୟ ପ୍ରସଙ୍ଗ ା ରବିବାରଦିନ ଜିଲ୍ଲା କାଯ୍ର୍ୟକାରିଣୀ ବୈଠକ ଚାଲିଥିବା ବେଳେ ପୂର୍ବତନ ବିଧାୟକ ତଥା ଜିଲ୍ଲା କାଯ୍ର୍ୟକାରିଣୀ ର ବରିଷ୍ଟ ସଦସ୍ୟ ବିଜୟ ନାୟକ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ ା ସେ କହିଥିଲେ େଯ ଧାମନଗରେ ଦଳିୟ ପରାଜୟକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି ା ଦଳିୟ ପରାଜୟପାଇଁ ଦଳିୟ ନେତାମାନେ ପରସ୍ପରଙ୍କ ଉପରେ ଦୋଷ ଲଦୁଛନ୍ତି ା ତେଣୁ ଧାମନଗର ପରାଜୟ ପାଇଁ ଦଳ ପକ୍ଷରୁ ବିଧିବଦ୍ଧ ସମୀକ୍ଷା ହେବା ଦରକାର ା ବିଜୟଙ୍କ କଥାକୁ ସମର୍ଥନ କରି ଦଳର ପରାଜିତ ପ୍ରାର୍ଥୀ ରାଜେନ୍ଦ୍ର ଦାସ କାହାରି ନାଁ ନନେଇ କହିଥିଲେ େଯ ନିର୍ବାଚନରେ ତାଙ୍କ ପଛରୁ ଛୁରିକାଘାତ କରାଯାଇଥିଲା େଯଉଁଥିପାଇଁ ଅଳ୍ପ ଭୋଟ ବ୍ୟବଧାନରେ ହେଲେ ମଧ୍ୟ ତାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା ା ତେଣୁ ଦଳ ମଧ୍ୟରେ ତାଙ୍କ ବିରୁଦ୍ଧରେ କିଏ ଛୁରିକାଘାତ କରିଥିଲା ତାହାର ଖୁଲାସା ହେବା ଦରକାର ା ସେହିଭଳି ଏହି ପ୍ରସଙ୍ଗରେ ଦଳର ବରିଷ୍ଟ ନେତା ପ୍ରଫୁଲ୍ଲ ସାମଲ କହିଥିଲେ େଯ ନିର୍ବାଚନ ପରାଜୟ ପରେ ଧାମନଗର ନିର୍ବାଚନ ମଣ୍ଡଳୀରେ ଦଳ ଅତ୍ୟନ୍ତ ଦୁର୍ବଳ ସାବ୍ୟସ୍ତ ହୋଇଛି ା ନିର୍ବାଚନରେ ଦଳର ସବୁ ନେତା ମିଳିମିଶି କାମ କରିଥିଲେ ଏହି ବିପଯ୍ର୍ୟୟ ଘଟିନଥାନ୍ତା ା ଦଳର ଏହି ପରାଜୟର ସମୀକ୍ଷା ହେବା ଦରକାର ା କେବଳ ଧାମନଗର ନିର୍ବାଚନ ମଣ୍ଡଳୀ ନୁହେଁ ଭଦ୍ରକ ଜିଲ୍ଳାରେ ଦଳ ବିଜୟୀ ହୋଇଥିବା ସବୁ ନିର୍ବାଚନ ମଣ୍ଡଳୀରେ ପୃଥକ ପୃଥକ ସମୀକ୍ଷା ହେବା ଦରକାର ବୋଲି ସେ ମତ ଦେଇଥିଲେ ା ସେହିଭଳି ଏହି ପ୍ରସଙ୍ଗରେ ନିଜ ମନ୍ତବ୍ୟ ରଖି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କହିଥିଲେ େଯ ସେ ଧାମନଗରରେ ବିଧାୟକ ଥିବା ବେଳେ ଧାମନଗର ବିକାସରେ ସର୍ବାଧିକ ଅର୍ଥ ବିନିେଯାଗ ହୋଇଛି ା ସାଙ୍ଗଠନିକ ଦୃଷ୍ଟିକୋଣରୁ ଧାମନଗରରେ ବିଜେଡିର ସ୍ଥିତି ବେଶ ଉତ୍ସାହଜନକ ରହି ଆସିଛି ା ହେଲେ ଏହା ସତ୍ବେ ଏଠାରେ ଦଳିୟ ପରାଜୟ ସମସ୍ତଙ୍କୁ ଚକିତ କରିଛି ା ନିର୍ବାଚନ ପରାଜୟ ପରେ ଏଥିନେଇ ଦଳ ମଧ୍ୟରେ େଯଉଁ ଅବିଶ୍ବାସର ବାତାବରଣ ଦେଖାଦେଇଛି ତାହାର ସମାଧାନ ହେବା ନିହାତି ଜରୁରୀ ଏଥିପାଇଁ ଦଳ ତରଫରୁ େଯକୈାଣସି ଧରଣର ସମୀକ୍ଷା କୁ ସେ ସ୍ବାଗତ କରିବେ ବୋଲି କହିଥିଲେ ା ତେବେ ଜିଲ୍ଲା କାଯ୍ର୍ୟକାରିଣୀ ବୈଠକରେ ଦଳର ଅନ୍ୟାନ୍ୟ ସାଙ୍ଗଠନିକ ପ୍ରସଙ୍ଗ ଭିନ୍ନ ଧାମନଗର ପ୍ରସଙ୍ଗ ନେଇ ଦଳର ପ୍ରମୁଖ ନେତା ମାନେ ଜୋରଦାର ଆଲୋଚନା କରିଥିଲେ ମଧ୍ୟ ଜିଲ୍ଲା ପଯ୍ର୍ୟବେକ୍ଷକ ମନ୍ରୀ ରଣେନ୍ଦ୍ର କିନ୍ତୁ ନିଜ ଅବିଭାଷଣରେ ଏହି ପ୍ରସଙ୍ଗ ଉପରେ କୈାଣସି ଟିପ୍ପଣୀ କରିନଥିଲେ କିମ୍ଭା ଦଳିୟ ପରାଜୟ ନେଇ ସମୀକ୍ଷା କରାଯିବ ବୋଲି ମଧ୍ୟ କୈାଣସି ପ୍ରତିଶୃତି ଦେଇନଥିଲେ ା ପରନ୍ତୁ ଜିଲ୍ଲା ପଯ୍ର୍ୟବେକ୍ଷକ ଏହି ବୈଠକକୁ କାହóକି ଦଳର ବରିଷ୍ଟ ନେତା ତଥା ପୂର୍ବତନ ମନ୍ରୀ ବିଜୟଶ୍ରୀ ରାଉତରାୟ ଏବଂ ଯୁଗଳ ପଟ୍ଟନାୟକଙ୍କୁ ଡକାଯାଇନାହó ବୋଲି ଜିଲ୍ଲା ସଭାପତିଙ୍କୁ ପ୍ରଶ୍ନ କରିଥିଲେ ା ଏଥିସହ ନିର୍ବାଚନ ପୂର୍ବରୁ େଯଉଁ ଓ୍ବାର୍ଡ କମିଟିମାନ ଗଠନ କରାଯିବାକୁ ଦଳିୟ ନେତାମାନଙ୍କୁ ଦାୟିତ୍ବ ଦିଆଯାଇଥିଲା ତାହାର ଅଗ୍ରଗତି ସଂର୍ପକରେ ପଚାରି ବୁଝିଥିଲେ ା ଏହା ଛଡା ଜିଲ୍ଲାରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ କିଭଳି ତ୍ବରାନ୍ନିତ ହେବ ସେଥିନେଇ କାଯ୍ର୍ୟକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ା ଜିଲ୍ଲା ପାର୍ଟି ଅଫିସ ପରିବର୍ତେ ଏହି ବୈଠକ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ପୋ÷ର କଲ୍ୟାଣ ମଣ୍ଡପରେ ଅନୁଷ୍ଟିତ ହୋଇଥିଲା ା ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଅନ୍ୟାନ୍ୟଙ୍କ ମଧ୍ୟରେ ଭଦ୍ରକ ସାଂସଦ ମଞୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ,ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ,ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦୁ୍ୟତଲତା ନାୟକଙ୍କ ସମେତ ଦଳିୟ କାଯ୍ର୍ୟକର୍ତା ମାନେ େଯାଗ ଦେଇଥିଲେ ା ସଭା ପ୍ରାରମ୍ଭରେ ଜିଲ୍ଲା ପଯ୍ର୍ୟବେକ୍ଷକଙ୍କୁ ଏକ ଶୋଭାଯାତ୍ରରେ ବୈଠକ ସ୍ତଳକୁ ପାଛୋଟି ଅଣାଯାଇଥିଲା ା
Related Stories
November 22, 2024