
ଘସିପୁରା, ଆନନ୍ଦପୁର ମହାବିଦ୍ୟାଳୟ ୧୯୮୨ ବ୍ୟାଚ ର ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କର ଏକ ସମାବେଶ ଭୁବନେଶ୍ବର କିଟ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଅମରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବୈଠକରେ ଦୀର୍ଘ ଦିନ ପରେ ବନ୍ଧୁମାନଙ୍କୁ ନିକଟରେ ପାଇ ପୂରୁଣା ଦିନର ସ୍ମୃତି ସାଉଣ୍ଟିବାରେ ଲାଗିପଡିଥିଲେ । ଏହି ସମାବେଶରେ ଶଙ୍କର୍ଷଣ ଜେନା ସ୍ଵାଗତ ଭାଷଣ ଦେଇଥିଲେ । ପୁରାତନ ଛାତ୍ରମାନେ ଆଗାମୀ କାର୍ଯ୍ୟପନ୍ଥା ଓ ମୋ କଲେଜ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ। ଡ . ପ୍ରମିଳା ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଅମିୟ ମିଶ୍ର, ଦୀପକ ରାମ ପ୍ରମୁଖ ଯୋଗ ଦେଇଥିଲେ |
ଡ. ଦେବାଶିଷ ଭଟ୍ଟାଚାର୍ଯ୍ୟ ଭଜନ ଓ ଗଜଲ ପରିବେଷଣ କରିଥିବା ବେଳେ ଅନ୍ନପୂର୍ଣ୍ଣା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।