
ଭବାନୀପାଟଣା, ଗତକାଲି ସନ୍ଧ୍ୟାରେ କାଳବୈଶାଖୀ ବର୍ଷାରେ ଭବାନୀପାଟଣା ପୌରାନ୍ଚଳରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଅଚାନକ ଝଡ଼ ତୋଫାନ ସହ ପ୍ରବଳ ବର୍ଷାରେ ଭବାନୀପାଟଣା ଛଅ ନମ୍ବର ୱାର୍ଡର କେତେକ ଲୋକଙ୍କ ଘରେ ନାଳ ନର୍ଦମାର ପାଣି ପଶି ଯିବାରୁ ଲୋକ ମାନେ ଅଭାବନୀୟ ପରିସ୍ଥିତିରେ ପଡିଯାଇଥିଲେ, କାରଣ ନାଳ ନର୍ଦମା ଗୁଡିକ ସଫା ସୁତୁରା ହୋଇ ନଥିବାରୁ ଅଚାନକ ବର୍ଷା, ଝଡ଼ ତୋଫାନ ହୋଇଥିବାରୁ ଏହିପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଏ। ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା ଓ କାଉନସିଲର ଭୁବନେଶ୍ଵର ବାଗ ପହଞ୍ଚି ପରସ୍ଥିତିକୁ ସମ୍ଭାଳି ଥିବା ପ୍ରକାଶ, କେତେ ଲୋକଙ୍କ ଘର ମଧ୍ୟ ନଷ୍ଟ ହୋଇଥିବା ଜଣାଯାଏ। ଭବାନୀପାଟଣା ପୌରାଞ୍ଚଳରେ ଯଦି ସାମାନ୍ୟ ବର୍ଷାରେ ହାଲ ଏପରି ତେବେ ଆଗାମୀ ବର୍ଷା ଦିନରେ ପରିସ୍ଥିତି କଣ ହେବ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ଜନସାଧାରଣ।