
ମୁମ୍ବାଇ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି (ସିସିଇଏ) ଭାରତ ସରକାରଙ୍କର ୪୪୬.୮୩ କୋଟି ଟଙ୍କାର ବକେୟା ଋଣ ଅର୍ଥ ପରିଶୋଧ ନିମନ୍ତେ ତିନି ବର୍ଷର ଅବଧି (୨୦୨୦- ୨୧, ୨୦୨୧ -୨୨ ଏବଂ ୨୦୨୨ – ୨୩) ନିମନ୍ତେ ଏକ ଋଣ ପରିଶୋଧ ମହଲତକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ମହଲତ କୋଭିଡ୍ – ୧୯ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ବିତୀୟ ସଙ୍କଟକୁ ମୁକାବିଲା କରିବା ପାଇଁ କୋଚିନ୍ ବନ୍ଦର ପ୍ରାଧିକରଣ (ସିଓପିଏ)କୁ ଦିଆଯାଇଛି ।
ସମୁଦାୟ ଅର୍ଥ ରାଶି ୨୦୧୮ – ୧୯ରୁ ଆରମ୍ଭ ହୋଇ ୧୦ଟି କିସ୍ତି ମାଧ୍ୟମରେ ସୁଝିବାକୁ ଥିଲା । କିନ୍ତୁ, କୋଚିନ୍ ବନ୍ଦର ପ୍ରାଧିକରଣ କେବଳ ୨୦୧୮ -୧୯ ଏବଂ ୨୦୧୯ – ୨୦ର କିସ୍ତି ଗୁଡିକୁ ପ୍ରଦାନ କରି ପାରିଥିଲେ । ୨୦୨୦ -୨୧ ଠାରୁ କୋଭିଡ୍ – ୧୯ ମହାମାରୀ କାରଣରୁ ପରିବହନ ଅତ୍ୟଧିକ ପରିମାଣରେ ପ୍ରଭାବିତ ହୋଇଥିଲା, ଯାହା ଫଳରେ ନଗଦ ଅର୍ଥ ଅର୍ନ୍ତ ପ୍ରବାହ ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା । ପରିଣତି ସ୍ୱରୂପ କୋଚିନ୍ ବନ୍ଦର ୨୦୨୦ -୨୧ ଏବଂ ୨୦୨୧ -୨୨ର କିସ୍ତି ଗୁଡିକୁ ଦେଇ ପାରି ନଥିଲା । କୋଚିନ୍ ବନ୍ଦରକୁ ନଭେମ୍ବର ୨୦୨୧ ଠାରୁ କାର୍ଯ୍ୟକାରୀ ହୋଇଥିବା ପ୍ରମୁଖ ବନ୍ଦର ପ୍ରାଧିକରଣ ଅଧିନିୟମ, ୨୦୨୧ ଅଧୀନକୁ ଅଣା ଯାଇଛି ।
୧୯୩୬ – ୩୭ରୁ ୧୯୯୪ – ୯୫ ମଧ୍ୟରେ ବିଭିନ୍ନ ଭିତିଭୂମିର ଉନ୍ନୟନମୂଳକ କାର୍ଯ୍ୟକଳାପ ନିମନ୍ତେ କୋଚିନ୍ ବନ୍ଦର ଦ୍ୱାରା ଭାରତ ସରକାରଙ୍କ ଠାରୁ ନିଆ ଯାଇଥିବା ଋଣ ଉପରେ ଦଣ୍ଡବିଧାନ ପୂର୍ବକ ସୁଧକୁ ଛାଡ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ୨୪.୦୮.୨୦୧୬ରେ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି (ସିସିଇଏ)ମଞ୍ଜୁରୀ ପ୍ରଦାନ କରିଥିଲେ ।