ଭୁବନେଶ୍ୱର – ସଂପ୍ରତି ଭାରତବର୍ଷରେ ଏବେ ମଧୁମେହ ବା ଡ଼ାଇବେଟିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ ଏହା ବୟସ୍କ ଲୋକଙ୍କ ମଧ୍ୟରେ ଦେଖାଦେଉଥିବାବେଳେ ଏବେ ଯୁବଗୋ ଓ ଶିଶୁମାନେ ମଧ୍ୟ ଏହି ରୋଗରେ ପୀଡ଼ିତ ହେଲେଣି । ମଧୁମେହ ସେଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ରୋଗ ହୋଇନଥିଲେ ମଧ୍ୟ ଏହା ହାର୍ଟ, କିଡ୍ନୀ ଭଳି ଗୁରୁତର ବ୍ୟାଧିର ଆବାହକ ବୋଲି ଶାନ୍ତି ପାୱନ ସୁପର ସ୍ପେସିଆଲିଟ୍ କ୍ଲିନିକ୍ର ମୁଖ୍ୟ ତଥା ଡ଼ାଇବେଟିସ୍ ବିଶେଷଜ୍ଞ ଡ଼ାକ୍ତର ରିତେଶ କୁମାର ଅଗ୍ରୱାଲ କହିଛନ୍ତି । ଏପରିକି ଭାରତରେ ଏବେ ମଧୁମେହର ସ୍ଥିତି ଉଦବେଗଜନକ ବୋଲି ସେ କହିଛନ୍ତି । ଏଥିପାଇଁ ଡାଇବେଟିସ ରୋଗର ନିରାକରଣ ବା ସଚେତନତା ଉଦେ୍ଧଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଡାଇବେଟିସ ଡେ’ ପାଳନ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ରେଡ଼କ୍ରସ୍ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଡ଼ାକ୍ତର ରିତେଶ କୁମାର ଅଗ୍ରୱାଲ କହିଥିଲେ ଯେ, ସମାଜ ପାଇଁ ମଧୁମେହ ଏକ ମୁଖ୍ୟ ବିପଦ ଅଟେ । ଏହାର ବ୍ୟାପକତା ଓ ଜଟିଳତା ଭାରତ ଭଳି ନିମ୍ନ ବା ମଧ୍ୟବିତ ଆୟକାରୀ ଦେଶମାନଙ୍କରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବୟସ୍କ ଜନସଂଖ୍ୟା କ୍ଷେତ୍ରରେ ୭୨.୯୬ ମିଲିୟନ୍ ମଧୁମେହ ରୋଗର ଅନୁମାନ କରାଯାଏ । ସହରାଂଚଳରେ ଏହାର ବ୍ୟାପକତା ୧୦.୯% ରୁ ୧୪.୨% ପ୍ରତିଶତ ଏବଂ ଗ୍ରାମୀଣ କ୍ଷେତ୍ରରେ ଏହାର ବ୍ୟାପକତା ୩.୦% ରୁ ୭.୮% ପ୍ରତିଶତ, ୨୦ ବର୍ଷରୁ ଅଧିକ ଆୟୁ ବିଶିଷ୍ଟ ଲୋକମାନଙ୍କ ଠାରେ ଦେଖାଯାଇଥାଏ ଏବଂ ୫୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତିଙ୍କ ଠାରେ ଏହାର ବ୍ୟାପକତା ଖୁବ୍ ଅଧିକ ଥାଏ । ମଧୁମେହ ମଧ୍ୟ ଏକ ପାରିବାରିକ ରୋଗ ଅଟେ ଏବଂ ମଧୁମେହରେ ସ୍ୱୟଂଦାୟିତ୍ୱ ନେବା ରୋଗ ପରିଚାଳନାରେ ମହତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ଅଟେ । ପରିବାରର ସଦସ୍ୟମାନେ ସ-ସଚେତନା ହସ୍ତକ୍ଷେପରେ ତାଙ୍କୁ ସାମିଲ କରି ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ଯାହାକି ନିରାଶାର ପରିଣାମକୁ ପ୍ରଭାବିତ ହୋଇଥାନ୍ତି । ଯେତେବେଳେ ଗୋଟିଏ ଶିଶୁ ଠାରେ ନିଦାନ କରାଯାଇଥାଏ ସାଧାରଣତଃ ଅତିକମ୍ରେ ୩ରୁ ୪ ଜଣ ସଦସ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଏକାଧିକ ଅଧ୍ୟୟନ ଦ୍ୱାରା ପରିବାର, ବନ୍ଧୁ ଏବଂ ସହକର୍ମୀଙ୍କର ସ୍ୱାସ୍ଥ୍ୟର ଦେଖାଶୁଣାରେ ସୁଧାର ଆଣିବା ଏବଂ ସ୍ୱ-ପ୍ରବନ୍ଧନରେ ସୁଧାରର ମହତ୍ୱ ଉପରେ ପ୍ରଭାବ ପକାଇଥାଏ ବୋଲି ଡାକ୍ତର କହିଛନ୍ତି ।
Related Stories
November 30, 2024