
ଭୁବନେଶ୍ୱର, ଆଗାମୀ ୪୮ ଘଂଟା ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି । କେନ୍ଦ୍ର ପକ୍ଷରୁ ଟ୍ୱିଟ କରି କୁହା ଯାଇଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ତେଣୁ ୪୮ ଘଂଟା ମଧ୍ୟରେ ଏହା ଓଡ଼ିଶା ଛୁଇଁପାରେ ।