
ନୂଆପଡା – କାର୍କ ମାସ ଏକ ପୁଣ୍ୟମାସ ଭାବରେ ଓଡିଆ ଜଣ ମାନସରେ ଗୃହୀତ ହୋଇଥିବା ବେଳେ ଅନେକ ଜାଗାରେ କୃଷ୍ଣ ଚରିତ୍ରକୁ ନେଇ ରାହାସ ନାଟକ ମସ୍ଥ ହୋଇଥାଏ । ଖଡିଆଳ ବ୍ଲକର ରିଷିଗାଁରେ ୧୫୦ ବର୍ଷରୁ ଉଦ୍ଧ୍ର୍ବ ବର୍ଷ ହେବ ପ୍ରତିବର୍ଷ ରାହାସ ମଣ୍ଡଳୀ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଶୁକ୍ଲପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୫ ଦିନ ଧରି ପାଳିତ ହୋଇ ଆସୁଅଛି । ପ୍ରାଚୀନ ତାଳପତ୍ର ପୋଥିରେ ଥିବା ଗୋପଲୀଳା ଓ କଂସବଧକୁ ନାଟ୍ୟ ଅଭିନୟ ମାଧ୍ୟମରେ ଗ୍ରାମବାସୀ ପରିବେଷଣ କରନ୍ତି । ଗାୟକ ସ୍ବର୍ଗତ ଲଛମନ ଦଳ, ଭୀମ ଦଳ ପୂର୍ବେ ଏହି ତାଳପତ୍ର ପୋଥିକୁ ଗାୟନ କରୁଥିବା ବେଳେ ବର୍ମାନ ଅବସରପ୍ରାପ୍ତ ଶିକ୍ଷକ ବୁଦାଙ୍ଗ ଜାନୀ ଏହାର ଦାୟିତ୍ବ ନେଇଛନ୍ତି । କୃଷ୍ଣଲୀଳାର ପ୍ରତିଟି କଥାବସ୍ତୁକୁ ଗ୍ରାମର ଯୁବକ ମାନେ ଅଭିନୟ କରିଥାନ୍ତି । କୃଷ୍ଣ ଜନ୍ମରୁ କଂଶ ବଧ ପର୍ଯ୍ୟନ୍ତ ଲୀଳା ପରିବେଷଣ ହୋଇଥାଏ । ନନ୍ଦ, ଯଶୋଦା, ଗୋପୀ, ଗୋପାଳ, କୃଷ୍ଣ, ବଳରାମ, ରାଧା, କଂସ, ପୁତନା, ଚାଣୁର, ମୁଷ୍ଟିକ, ଆକୃର ଆଦି ଭୂମିକାରେ ଗ୍ରାମବାସୀ ଅଭିନୟ କରିଥାନ୍ତି । ଏହି ୧୫ ଦିନ ଧରି ରିଷିଗାଁ ଗ୍ରାମବାସୀ ସµୂର୍ଣ୍ଣ କୃଷ୍ଣମୟ ହୋଇ ଯାଉଥିବା ବେଳେ ୧୫୦ ବର୍ଷର ଏହି ପ୍ରାଚୀନ ପରµରାକୁ ଦେଖôବା ପାଇଁ ଆଖପାଖ ଗ୍ରାମରୁ ପ୍ରବଳ ଦର୍ଶକ ସମାଗନ ହୋଇଥାଏ । ଏଥିରେ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବୋଦାଙ୍ଗ ଜାନୀଙ୍କ ନେତୃତ୍ବରେ ଗ୍ରାମର ଗୌରୀଶଙ୍କର ବାରିକ, ଚମରା ଶବର, ଯୁଗେ ଦଳ, ସୁନା ଶବର, ଗୋପିନାଥ ସେଠୀ, ଚନ୍ଦ୍ରମଣୀ ଦଳ, ତ୍ରିଲୋକ୍ୟ ଜାନୀ, ଡୋଲାମୋହନ ଜାନୀ, ସୁବୋଧ ସିଂବାବୁ, ପଦ୍ମନ ଦଳ, ଜଳଧର ଜାନୀ, ଧନୁଧର ଦଳ, ହୃଦା ଶବର ସମେତ ଶତାଧିକ ଗ୍ରାମବାସୀ ଲୀଳା ପରିବେଷଣରେ ସହେଯାଗ କରିଥିଲେ ।