ବଲାଙ୍ଗିର, କଲେଜ ଛକ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଚାଲିଥିବା ବର୍ଗ ର ଗତକାଲି ଭାଷାର ପ୍ରଚାର ପାଇଁ ନଗର ସଞ୍ଚାଳନ ରଖାଯାଇଥିଲା । ସଂସ୍କୃତ ଭାରତୀ ଶିବିର ତରଫରୁ ଏକ ପ୍ରାନ୍ତୀୟ ସ୍ତରୀୟ ଶିବିର ଚାଳକ ପ୍ରଶିକ୍ଷଣ ବର୍ଗ ରେ ଯୋଗଦାକାରୀଙ୍କ ତରଫରୁ ସଞ୍ଚାଳନ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସଂସ୍କୃତ ଭାଷା ଅଧ୍ୟୟନ ପ୍ରତି ଲୋକଙ୍କ କିପରି ଆଗ୍ରହ ବଢିବ ଓ ଲୋକେ କିପରି ଭାବରେ ଏହାକୁ ସହଜରେ ବୁଝି ପାରିବେ ସେ ସମ୍ପର୍କରେ ସଚେତନ କରାଯାଇଥିଲା। ଜୁନ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ କଲେଜ ଚ୍ଛକ୍ ଶିଶୁ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ଶାନ୍ତିପଡା ଦେଇ ସ୍ଥାନୀୟ ସରୋଜିନୀ ରେସିଡ଼େନ୍ସି ଠାରେ ପହଂଚି ଥିିଲା। ସଂସ୍କୃତ ଭାରତୀର ପ୍ରାନ୍ତୀୟ ସମ୍ପାଦକ ଅଜିତ କୁମାର ପଣ୍ଡାଙ୍କ ନେତୃତ୍ଵରେ ପରିଚାଳିତ ଏହି ଶିବିରରେ ବହୁ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l