ବଲାଙ୍ଗିର, ଏବେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ ବିମା ନବୀକରଣ ଓ ନୂତନ ପାଇଁ ଦରଖାସ୍ତ ଆହ୍ଵାନ କରିଛନ୍ତି । ସେଥିରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ଲିଷ୍ଟରେ ବହୁ ପୁରାତନ ଓ ପ୍ରତିଷ୍ଠିତ ସଂସ୍ଥାର ନାମକୁ ବାଦ୍ ଦେଇ ସ୍ଥାନିତ କରି ନାହାନ୍ତି । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାରେ ସାମିଲ୍ କରୁଥିବା ନେଇ ଘୋଷଣା କରୁଥିଲେ ମଧ୍ୟ ଏଥିରେ ସାମ୍ବାଦିକମାନଙ୍କ ପ୍ରତି ପାତର ଅନ୍ତର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ନେଇ ଅଭିଯୋଗ ହେଉଛି । କେତେକ ନିର୍ଦ୍ଦିଷ୍ଟ ସମ୍ବାଦପତ୍ର, ବୈଦ୍ୟୁତିକ ଗଣମାଧ୍ୟମ ଓ ନିଉଜ ଏଜେନ୍ସିର ସାମ୍ବାଦିକମାନଙ୍କୁ ଏଥିରୁ ବାଦ୍ ଦିଆଯାଇଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରୀ କରାଯାଇଥିବା ତାଲିକାରେ ବହୁ ସଂଖ୍ୟାରେ ପ୍ରମୁଖ ମିଡ଼ିଆ ସଂସ୍ଥାର ନାମ ନଥିବା ଜଣାପଡିଛି । ତେବେ ଏପରି ନକରି ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ସମସ୍ତଙ୍କୁ ସମାନ ସୁବିଧାସୁଯୋଗ ପ୍ରଦାନ କରିବାକୁ ଦାବୀ ହେଉଛି ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏ ଧରଣର ସାବତ ପୁଅ ନୀତି ଅବଲମ୍ବନ ବିରୋଧରେ ସାମ୍ବାଦିକ ଓ ସାମ୍ବାଦିକ ସଂଘମାନେ ସ୍ବର ଉତୋଳନ କରିଛନ୍ତି ଏବଂ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।