
ବଲାଙ୍ଗିର, ବଲାଙ୍ଗିର ଜେଏସଏମ କମର୍ସ କଲେଜର ଦ୍ଵିତୀୟ ଓ ଶେଷ ବର୍ଷ ଛାତ୍ର ମାନଙ୍କ ବିଦାୟକାଳୀନ ସମର୍ଦ୍ଧନା ଉତ୍ସବ ବଲାଙ୍ଗିର ମାରୱାଡ଼ି ସେବା ସଦନ ଠାରେ ମଙ୍ଗଳବାର ଦିନ ୧୦ ଟା ରୁ ଆରମ୍ଭ ହୋଇଥିଲା। ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ର ମାନଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗୀର ପୌର ପରିଷଦର ନିର୍ବାହୀ ଅଧିକାରୀ ବିପିନ ଦୀପ, ସମ୍ମାନିତ ଅତିଥି ରୂପେ ରୋଟରିଏନ ଧର୍ମେନ୍ଦ୍ର ନନ୍ଦ ଯୋଗଦେଇ ଅଧ୍ୟାପକ ଓ କଲେଜର କର୍ମଚାରୀ ମାନଙ୍କୁ ସମ୍ମାନିତ କରି ସେମାନଙ୍କ ପ୍ରଚେଷ୍ଟା ଯୋଗୁ କଲେଜର ଫଳାଫଳ ଭଲ ହେଉଥିବା ସହିତ ଉତ୍ତମ ଛାତ୍ର ସୃଷ୍ଟି ହୋଇଛନ୍ତି ବୋଲି କହିଥିଲେ । ବିଭିନ୍ନ ଦିଗରେ ସଫଳତା ପାଇ କଲେଜର ନାମକୁ ବୃଦ୍ଧି କରିଥିବା ଯୋଗୁ କଲେଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା ସେମାନଙ୍କୁ ସମ୍ବର୍ଧନା ଜଣାଇଥିଲେ। ଛାତ୍ର ମାନେ ଅନୁଷ୍ଠାନର ଗୌରବ ବୋଲି କହିଥିଲେ। ପରେ ପିଲା ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଛାତ୍ର ଛାତ୍ରୀମାନେ ଭରପୁର ମନୋରନ୍ଜନ କରିଥିଲେ ।