ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାରେ ଜୁନ ମାସର ଦ୍ବିତୀୟ ଜନ ଅଭିଯୋଗ ଶୁଣାଣୀ ସଦର ଉପଖଣ୍ଡ ଅନ୍ତର୍ଗତ ଗୁଡଭେଲା ବ୍ଲକ କାର୍ଯ୍ୟାଳୟ ଠାରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ନୀତିନ କୁଶଳକରଙ୍କ ବ୍ୟତୀତ ପି ଡି ଡି ଆର ଡି ଏ ସୁଶାନ୍ତ ସିଂହ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଗୁଡଭେଲା ବି ଡି ଓ, ତହସିଲଦାର ତଥା ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ। ଏହି ଅଭିଯୋଗ ଶୁଣାଣିରେ ମୋଟ ୧୦୦ ଗୋଟି ଅଭିଯୋଗ ଦାଖଲ ହୋଇଥିଲା। ତା ମଧ୍ୟରୁ ୬୮ ଗୋଟି ବ୍ୟକ୍ତିଗତ ହୋଇଥିବା ବେଳେ ଅବଶିଷ୍ଟ ୩୨ ଗୋଟି ଗ୍ରାମ୍ୟ ସମସ୍ୟାମୂଳକ ସାମୁହିକ ଦରଖାସ୍ତ ଥିଲା।
କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ବିଭାଗ ଯୋଜନାରେ ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରଯାଇଥିଲା। ଗୁଡଭେଲାର କମ୍ଳମନି ଭୋଇ, ବାଗ ବହାଲର ଦୁରା ରଣା, ମାଧେକେଲାର ବୁଇ ରଣା, ରୁଗୁଡ଼ି ପାଲିର ବୈଦେହି ପାତ୍ର, ଦାହିମାଲର ରମଣୀ ରଣାଙ୍କୁ ବିଧବା ଭତ୍ତା ପାଇଁ ଦୁଲିକନାର ପ୍ରିନ୍ସ ଧରୁଆ ଓ କୁମ୍ଭାର ପଦରର ବେଦ୍ମତୀ ମନହୀରାଙ୍କୁ ହ୍ବିଲ ଚେୟାର, ଦେଓଗାଁ ବ୍ଲକ କୁଇବାହଲ ଗ୍ରାମର ମା ଭଗବତୀ ଭିନ୍ନକ୍ଷମ ସ୍ଵୟମ ସହାୟକ ଗୋଷ୍ଠିକୁ ମିଶନ ଶକ୍ତି ଯୋଜନାରେ ସହାୟତା ବାବଦରେ ୫୦ ହଜାର ଟଙ୍କା ରାଶି ଚେକ୍ ମାଧ୍ୟମରେ ଜିଲ୍ଲାପାଳ ପ୍ରଦାନ କରିଥିଲେ। ସେହିପରି ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ରହେନା ମଲ ଗ୍ରାମର ମାଲା ମହାନନ୍ଦଙ୍କୁ ୮ ହଜାର ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ।