
-
୪ ବାଇକ୍ , ୭ ମୋବାଇଲ ଜବତ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନସ୍ଥ ଗେରେଡା ଗ୍ରାମ ଆଗୁଲ ସାହି ପୋଖରୀ ନିକଟରେ ଗତକାଲି ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ସ୍ଥାନୀୟ ପୋଲିସ ଚଢ଼ଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୧୬ ହଜାର ୪୬୦ ଟଙ୍କା ଜବତ କରିବା ସହ ଚାରୋଟି ମୋଟର ସାଇକେଲ, ୭ ଟି ମୋବାଇଲ ମଧ୍ୟ ଜବତ ହୋଇଛି । ଏ ସଂକ୍ରାନ୍ତରେ କେସ ନଂ ୧୭୩/୨୨ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି ।