
କନ୍ଧମାଳ, ଫୁଲବାଣୀର କର୍ମଚାରୀ ନେତା ସ୍ଵର୍ଗତ ସୁରେଶ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶୁକ୍ରବାର ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନଥିବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଅନ୍ୟତ୍ର ରେଫର କରିଦେଇଥିଲେ। ଅଳ୍ପ ବାଟ ଯିବା ପରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଜଣେ ନିଃସ୍ଵାର୍ଥପର, ନିଷ୍ଠାପର, ପରୋପକାରୀ ନେତା ଥିଲେ। ସେ ନିଜସ୍ବ ଖର୍ଚ୍ଚରେ ସଂଘ ପାଇଁ ଅନେକ କାର୍ଯ୍ୟ କରୁଥିଲେ। ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ। ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି କାମନା ପୂର୍ବକ ସାମ୍ବାଦିକ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିଲା। ଆବାହକ ଅଶୋକ ପରିଡା ଦୁଇ ମିନିଟ ନୀରବ ପ୍ରାର୍ଥନା ପାଇଁ ପ୍ରସ୍ତାବ ଦେବା ସହ ତାଙ୍କ ବିଷୟରେ ସମ୍ୟକ ସୂଚନା ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବ୍ରଜ ପଟନାୟକ, ନାରାୟଣ ସାହୁ, ରାଜୁ ପାଢୀ, ପ୍ରଣବ ମଣ୍ଡଳ, ସଚିଦାନନ୍ଦ ପଟନାୟକ, ନବ କିଶୋର ରଥ, ବନ ଵିହାରି ନନ୍ଦ, ବିକାଶ ମହାନ୍ତି, ମନୋଜ ଚୌଧୁରୀ, ଟୁନା ସେଠୀ, ବଂଶୀଧର ପଣ୍ଡା, ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।