ମାଲକାନଗିରି, ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ଅଧ୍ୟକ୍ଷ ଵିଶାଳ ସିଂଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ କୌଶଳ ଯୋଜନା କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଵିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରେଡକ୍ରସ୍ ର ଆବାହକ ଡଃ. ରଞ୍ଜନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ପ୍ରଫୁଲ୍ଲ କୁମାର ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରକ୍ତଦାନର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ସଭା ଆରମ୍ଭରେ ଡି. ଡି. ଇଉ. ଜି. କେ. ୱାଇ. ର ଅଧ୍ୟକ୍ଷ ପ୍ରିୟବ୍ରତ ସ୍ଵାଇଁ ସ୍ଵାଗତ ଭାଷଣ ଦେଇଥିଲେ। ହେନେରୀ ଡୁନାଣ୍ଟଙ୍କ ଫଟୋରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଆଠଟି ରକ୍ତଦାତା ଅନୁଷ୍ଠାନ ଯଥା ଜୀବନ ବିନ୍ଦୁ, ଆମ ଓଡ଼ିଶା, ଜୟ ମାଲକାନଗିରି, ଟିମ୍ ଉଇକେନ୍, ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ମହେଶ୍ଵରୀ ଯୁବ ସଙ୍ଗଠନ, ତ୍ରିରଙ୍ଗା, ସୁନୀଜାନା ସମଜିତ କମିଟି ଆଦିଙ୍କୁ ଆମନ୍ତ୍ରିତ କରି ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ୨00୫ ମସିହାରୁ ପ୍ରତି ବର୍ଷ ପାଳନ ହୋଇଆସୁଛି । ଵୈଜ୍ଞାନିକ କାର୍ଲ ଲେଣ୍ଡ ଷ୍ଟାଇନରଙ୍କ ଜନ୍ମ ଦିବସକୁ ଵିଶ୍ଵ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ କାମରାଜୁ ଜେନା, ଜଗଦୀଶ ନାୟକ, ଶଙ୍କର ପାଣିଗ୍ରାହୀ, ଜଗୁ ପଢିଆରୀ, ସୁଜିତ ପାଣିଗ୍ରାହୀ, ଅମରେଶ ମହନ୍ତ, ଲୋକେଶ ସୁମାନୀ, କେ. ଗୋପାଳ ରାଓଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି ଅବସରରେ ଏକ ରାଲି ଓ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭା ଶେଷରେ ମୃତ୍ୟୁଞ୍ଜୟ ଶତପଥୀ ଧନ୍ଯବାଦ ଅର୍ପଣ କରିଥିଲେ।