
ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଠାରୁ ୧୫ ପର୍ଯ୍ୟନ୍ତ କର୍ଣ୍ଣାଟକ ଏବଂ ଗୋଆ ଗସ୍ତ କରିବେ । ରବିବାର ଦିନ ରାଷ୍ଟ୍ରପତି ଭବନ ପକ୍ଷରୁ କର୍ଣ୍ଣାଟକ ଏବଂ ଗୋଆରେ ରାଷ୍ଟ୍ରପତି କୋବିନ୍ଦଙ୍କ ତିନି ଦିନିଆ ଗସ୍ତର ସମ୍ପର୍କରେ ସୂଚନା ଦିଆ ଯାଇଛି । ରାଷ୍ଟ୍ରପତି ଜୁନ୍ ୧୩ରେ ବେଙ୍ଗାଲୁରର ରାଷ୍ଟ୍ରୀୟ ସାମରିକ ବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବରେ ଯୋଗଦେବେ ।
ଜୁନ୍ ୧୪ରେ ବେଙ୍ଗାଲୁରର ବସନ୍ତପୁରାର ବୈକୁଣ୍ଠ ପାହାଡ଼ରେ ଶ୍ରୀ ରାଜାଧିରାଜ ଗୋବିନ୍ଦା ମନ୍ଦିରର ଉତ୍ସର୍ଗ ସମାରୋହରେ ରାଷ୍ଟ୍ରପତି ଯୋଗଦେବେ ।
ା