
ନୂଆପଡ଼ା, ନୂଆପଡ଼ା ଜିଲା ଖଡ଼ିଆଳ ସ୍ଥିତ ସଂସ୍କୃତି ଭବନ ଠାରେ ହିନ୍ଦୁ ସାମ୍ରାଜ୍ଯ ଦିବସ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏଥିରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ଉଦୟ ସିଂହ ମାଝୀ ଯୋଗଦାନ କରି ଶିବାଜୀ ମହାରାଜଙ୍କ ଜୀବନୀ ତଥା ତାଙ୍କ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ପୁସ୍ତମ ସୁନାନୀ ସହ ପ୍ରାନ୍ତ ସଂପର୍କ ପ୍ରମୁଖ ଓଡ଼ିଶା ପଶ୍ଚିମ ମଞ୍ଚାସୀନ ଥିଲେ। ଏହି ଉତ୍ସବରେ ସହ ଖଣ୍ଡ କାର୍ଯ୍ଯବାହ କିଶୋର ଚନ୍ଦ୍ର ଗହିର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ରତ୍ନାକର ସାହୁ, ଜିଲ୍ଲା ସମରସତା ପ୍ରମୁଖ ଗରୁଡେଶ୍ଵର ଗହିର, ଜିଲ୍ଲା ରାଜ ମାର୍ଗ ପ୍ରମୁଖ ଜନାର୍ଦନ ପାତ୍ର, ଖଣ୍ଡ ବ୍ୟବସ୍ଥା ପ୍ରମୁଖ ଦିଲିପ ତ୍ରିବେଦୀ, ଖଣ୍ଡ ଶାରୀରିକ ପ୍ରମୁଖ ତାପସ୍ କରୁଆଁ, ଖଣ୍ଡ ସେବା ପ୍ରମୁଖ ବିଶ୍ଵ ରଞ୍ଜନ ଦଣ୍ଡସେନା, ବିନୋଦ କୁମାର ପାଢୀ, ପ୍ରଦୀପ ତ୍ରିବେଦୀ, ସୁମେଶ ପଟ୍ଟନାୟକ, ଭାନୁ ଚନ୍ଦ୍ର ସୁନାନୀ, କାହ୍ନା ରାଜପୁତ, ଶ୍ରୀବତ୍ସ ବାରିକ, ଶାଖା କାର୍ଯ୍ୟବାହ ବିକାଶ ବଂସଲ୍ ପ୍ରମୁଖ ଯୋଗ ଦେଇଥିଲେ ।
ବ୍ୟକ୍ତିଗତ ସଂଗୀତ ଭାନୁଚନ୍ଦ୍ର ସୁନାନୀ ଗାନ କରିଥିବା ବେଳେ ଦିଲିପ୍ ତ୍ରିବେଦୀ ସାମୁହିକ ସଙ୍ଗୀତ ଗାନ କରିଥିଲେ । କାହ୍ନା ରାଜପୁତ୍ ଅମୃତ ବଚନ ପଠନ କରିଥିଲେ । ଭଗତ ସିଂହ ସୁନାନୀ ପ୍ରାର୍ଥନା କରିଥିଲେ ।