
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଳକ ଅନ୍ତର୍ଗତ ଲର୍କା ଗାଁ”ର ସଚିନ ବେହେରା ଦୁଃସାହିକ କ୍ରୀଡ଼ାରେ ଅଂଶଗ୍ରହଣ କରି ହିମାଚଳ ପ୍ରଦେଶର ହମତା ପାସ ଶିଖରରେ ପହଂଚିଛନ୍ତି। ହିମାଚଳ ପ୍ରଦେଶର ହମତା ପାସ ଶିଖରରେ୧୪ ହଜାର ଫୁଟ ଉଚ୍ଚରେ ଚଢ଼ି ତ୍ରିରଙ୍ଗା ଉଡ଼ାଇ ରାଜ୍ୟ ତଥା ଜିଲ୍ଲା ପାଇଁ ଗର୍ବ ସାଉଁଟିଛନ୍ତି। ସୂଚନାନୁସାରେ, ବୋଡ଼େନ ବ୍ଲକ ଲରକା ଗାଁର ସଚିନ ବେହେରା ଭୁବନେଶ୍ଵର ସ୍ଥିତ କଳିଙ୍ଗ ଡେୟାର ଡେଭିଲସ ତରଫରୁ ଆୟୋଜିତ ହିମାଳୟ ପର୍ବତାରୋହାଣରେ ଅଂଶ ଗ୍ରହଣ କରିଥିଲେ। ଚଳିତ ମାସ ୧୦ ତାରିଖ ମଧ୍ୟାହ୍ନରେ ପ୍ରବଳ ଶୀତ ( -୫ ରୁ -୧୦ ଡିଗ୍ରୀ ତାପମାତ୍ରା ) ଓ ତୁଷାରପାତରେ ହିମାଚଳ ପ୍ରଦେଶର ହମତା ପାସ ଶିଖରରେ ପହଂଚିଥିଲେ ଓ ତ୍ରିରଙ୍ଗା ପତାକା ଉଡାଇଥିଲେ। ଏହି ସଫଳତାରେ କୃତିତ୍ବ ଲାଭ କରି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ସଚିନ। ଲରକା ଗାଁ”ର ଶିକ୍ଷକ ଲକ୍ଷ୍ମୀପ୍ରସାଦ ବେହେରା ଓ ମା ଆରତୀ ବେହେରାଙ୍କ ପୁଅ ସଚିନ ଭୁବନେଶ୍ଵର ସ୍ଥିତ ହାଇଟେକ ମେଡିକାଲ କଲେଜରେ ଫିଜିଓଥେରାପିରେ ଇଣ୍ଟର୍ଷିପ କରୁଛନ୍ତି। ସେ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ପାକିସ୍ତାନର ରେକର୍ଡ ଭାଙ୍ଗି ଗିନିଜ ବୁକ ଅଫ ୱାଲ୍ଡରେ ରେକର୍ଡ ହାସଲ କରିଛନ୍ତି। ସେ ୧୦୦ ମିଟର ସଫଳ ଧାବକ ଭାବେ ବେଶ ଜଣାଶୁଣା। ଏହି ସଫଳତା ପାଇଁ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଛି ।