
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମପଂଚାୟତର ସରପଞ୍ଚ ମମତାରାଣୀ ନାଗ ତାଙ୍କର ଶ୍ଵଶୂର କିଶୋର ଚନ୍ଦ୍ର ନାଏକଙ୍କ ଜରିଆରେ ତହଁଶିଲ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ଶ୍ଵଶୂର କିଶୋର ଗ୍ରାମର କେତେକ ଲୋକଙ୍କ ଘରକୁ ଯାଇ ଦଶହଜାର ଟଙ୍କା ଦିଅ, ଏବଂ ଆଧାର କାର୍ଡ, ପଟା ଦିଅ, ଆଉ ଚୁପଚାପ ସୁଇଁ ଥହ, ଘର ଅସବାନା କହୁଛନ୍ତି ସରପଞ୍ଚଙ୍କ ଖୋଦ ଶ୍ଵଶୁର। ଯଦି ପଇସା ଶୀଘ୍ର ନ ଦିଅ ତାହେଲେ ତମଘର କଟିଯିବ ବୋଲି କହୁଥିବା ଅଭିଯୋଗ ହେଉଛି।
ଅନ୍ୟପକ୍ଷରେ ଏନେଇ ସରପଞ୍ଚଙ୍କ ସ୍ଵାମୀଙ୍କ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି ଯେ, ମୁଁ ସରପଞ୍ଚଙ୍କ ସ୍ଵାମୀ, ଜଣେ ପୋଲିସ ଅଫିସର ଏବଂ ମୁଁ ଦିଲ୍ଲୀରୁ କହୁଛି ବୋଲି କହିଲେ, ମୋ ପଛରେ ବଡ ବଡ଼ ଲୋକଙ୍କ ହାତ ଅଛି, ମୋ ବିଷୟରେ କେସିଙ୍ଗା ଅଂଚଳରେ ବୁଝନ୍ତୁ, ଖାଲି ପ୍ରଧାନମନ୍ତ୍ରୀ ଆବାସ କି ? ଅନେକ ପଂଚାୟତର ଅନେକ କାମ ରହିଛି।
ତେବେ ଦେଖାଯାଉ କନ୍ତେଶିର ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଆଗକୁ କି ରୂପ ନେଉଛି ଏବଂ ଏହି ଅର୍ଥ ଆଦାୟକୁ ନେଇ କେସିଙ୍ଗା ବି.ଡି.ଓ. ଏବଂ ବ୍ଲକ ଚ୍ୟାରମେନ କି ପଦକ୍ଷେପ ନେଉଛନ୍ତି। ତାହା ଦେଖିବାକୁ ବାକି ରହିଲା।