ଭୁବନେଶ୍ୱର, ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତୃବର୍ଗଙ୍କୁ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ପଚରା ଉଚୁରା ପାଇଁ ନୋଟିସ ଜାରୀ କରାଯିବା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୋମବାର ଦିନ ଭୁବନେଶ୍ୱର ଠାରେ ଇଡି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ସୋମବାର ସକାଳ ୧୦ରୁ ଦିନ ୧ଟା ଯାଏ ଏହି ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି ପାର୍ଟୀ ପକ୍ଷରୁ ସୂଚନା ଦିଆ ଯାଇଛି ।