-
ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ଵ
ପୁରୀ, ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା । ରତ୍ନମଣ୍ଡପରୁ ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତି । ସେଠାରେ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ । ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପ୍ରଶାସନର ଏକ ସମୀକ୍ଷା ବୈଠକ ଆଜି ପୂର୍ବାହ୍ନ ୧୧ଟାରେ ଟାଉନ ହଲ୍ ଠାରେ ଆରମ୍ଭ ହୋଇଥିଲା । ଏଡିଜି ଆଇନଶୃଙ୍ଖଳା ଆର.କେ. ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଚର୍ତୁପାର୍ଶ୍ଵ ସମେତ ସହରର ଆଇନଶୃଙ୍ଖଳା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳିବ । ତେଣୁ ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ନେଇ ବୈଠକରେ ଆଲୋଚନା ହୋଇଥିଲା ।
କେନ୍ଦ୍ରାଚଂଳ ଆଇଜି ନରସିଂହ ଭୋଳ, ପୁରୀ ଏସପି କନୱର ବିଶାଲ ସିଂହଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।