କନ୍ଧମାଳ, ବିଭିନ୍ନ ଦାବୀ ନେଇ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ସୋମବାର ଏକ ରାଲି ମାଦିକୁନ୍ଦା ଛକରୁ ବାହାରି ବିଜୁ ପଟନାୟକ ଛକ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ପରେ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ସେମାନଙ୍କ ଦାବୀ ମଧ୍ୟରେ ରହିଛି ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି କରିବା, ସେମାନଙ୍କୁ ଅନ୍ୟ କାର୍ଯ୍ୟରେ ନ ଲଗାଇବା, ବର୍ଷକୁ ୨ ହଳ ଶାଢ଼ୀ ପ୍ରଦାନ, ଦଶ ମାସ ପରିବର୍ତେ ବର୍ଷକର ପାରିଶ୍ରମିକ ପ୍ରଦାନ, ପିଲା କମ ଥିବାରୁ ବାଦ ପଡିଥିବା ପାଚିକାଙ୍କୁ ପୁନଃ ନିଯୁକ୍ତି ଆଦି ଦାବୀ ଅନ୍ତର୍ଭୂକ୍ତ । ସରକାର ତୁରନ୍ତ ଦାବୀ ପୂରଣ ନ କଲେ ଆଗମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗଠକ ପପୁନ ସାହୁ ଚେତାବନୀ ଦେଇଛନ୍ତି।