ନୂଆଦିଲ୍ଲୀ, ପ୍ରାୟ ପାଞ୍ଚ ବର୍ଷର ବ୍ୟବଧାନ ପରେ ଦ୍ୱାଦଶ ଡବ୍ଲୁଟିଓ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀ ଆଜି ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ସମ୍ମିଳନୀରେ ଆଲୋଚନା ଏବଂ ବୁଝାମଣାର ମୁଖ୍ୟ ପ୍ରସଙ୍ଗ ହେଉଛି ମହାମାରୀ ଉପରେ ଡବ୍ଲ୍ୟୁଟିଓର ପ୍ରତିକ୍ରିୟା, ମତ୍ସ୍ୟ ଧାରଣ କ୍ଷେତ୍ରରେ ସବସିଡି ବୁଝାମଣା, ଖାଦ୍ୟ ନିରାପତ୍ତାକୁ ମିଶାଇ କୃଷି ଜନିତ ପ୍ରସଙ୍ଗ ସମୂହ, ଡବ୍ଲ୍ୟୁଟିଓ ସଂସ୍କାର ଏବଂ ଇଲେକ୍ଟ୍ରୋନିକ୍ ଟ୍ରାନ୍ସମିସନ୍ ଉପରେ କଷ୍ଟମ୍ ଡ୍ୟୁଟି ଉପରେ ମହଲତ ପ୍ରଦାନ ।
ଏହି ସମ୍ମିଳନୀରେ ଏକ ଶକ୍ତିଶାଳୀ ଭାରତୀୟ ପ୍ରତିନିଧି ଦଳ ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଏବଂ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ନେତୃତ୍ୱରେ ଯୋଗ ଦେବାକୁ ଯାଉଛନ୍ତି। ଦେଶର ସମସ୍ତ ହିତାଧିକାରୀଙ୍କ ସ୍ୱାର୍ଥ ତଥା ବିକାଶଶୀଳ ତଥା ଗରିବ ରାଷ୍ଟ୍ରର ସ୍ୱାର୍ଥ ରକ୍ଷା କରିବାରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି ଯେଉଁମାନେ ଡବ୍ଲ୍ୟୁଟିଓ ସମେତ ବହୁପକ୍ଷୀୟ ମଞ୍ଚରେ ଭାରତର ନେତୃତ୍ୱକୁ ଅପେକ୍ଷା ରଖୁଛନ୍ତି।
କୃଷି
କୃଷି କ୍ଷେତ୍ରରେ, ମେ ୨୦୨୨ ରେ, ଡିଜି- ଡବ୍ଲ୍ୟୁଟିଓ କୃଷି, ବାଣିଜ୍ୟ ଏବଂ ଖାଦ୍ୟ ନିରାପତ୍ତା ଉପରେ ତିନୋଟି ଚିଠା ପାଠ୍ୟ ଆଣିଥିଲା ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ବୁଝାମଣା ପାଇଁ ରପ୍ତାନି ପ୍ରତିବନ୍ଧକରୁ ମୁକ୍ତ କରିଥିଲା। ନିଷ୍ପତ୍ତି ଚିଠାରେ ଭାରତର କିଛି ବ୍ୟବସ୍ଥା ଉପରେ ଆପତ୍ତି ରହିଛି ଏବଂ ବିଦ୍ୟମାନ ମନ୍ତ୍ରୀ ସ୍ତରୀୟ ବାଧ୍ୟତାକୁ କ୍ଷୁଣ୍ଣ ନକରି କୃଷି ଚୁକ୍ତିନାମା ଅନୁଯାୟୀ ଅଧିକାର ସଂରକ୍ଷଣ କରିବାକୁ ସକ୍ଷମ ହେବା ପାଇଁ ଆଲୋଚନା ଏବଂ ବୁଝାମଣା ପ୍ରକ୍ରିୟାରେ ସଂଶ୍ଳିଷ୍ଟ ଅଛି।
ଡବ୍ଲ୍ୟୁଟିଓରେ ବୁଝାମଣା ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ ଏସ୍ ପି) ରେ ଭାରତର ଖାଦ୍ୟ ଶସ୍ୟ କ୍ରୟ କାର୍ଯ୍ୟକ୍ରମର ସୁରକ୍ଷା ସହିତ ସମ୍ପର୍କିତ। ଏଭଳି କାର୍ଯ୍ୟକ୍ରମ ଗୁଡ଼ିକ କୃଷକମାନଙ୍କ ଠାରୁ ଲାଗୁ ହେଉଥିବା ମୂଲ୍ୟରେ କ୍ରୟକୁ ଅନ୍ତର୍ଭୁକ୍ତ କରେ ଏବଂ ଦେଶର କୃଷକ ଏବଂ ଖାଉଟିଙ୍କୁ ସହାୟତା କରିବା ପାଇଁ ଏହା ଏକ ପ୍ରମୁଖ ବିଷୟ | ଡବ୍ଲ୍ୟୁଟିଓ ନିୟମାବଳୀ ଗୁଡ଼ିକ ରିହାତିକୁ ସୀମିତ କରେ ଯାହା ଆହରଣ କରା ଯାଉଥିବା ଏଭଳି ଉତ୍ପାଦ ଗୁଡିକୁ ପ୍ରଦାନ କରାଯାଇ ପାରେ | ଜି – ୩୩ଙ୍କ ଦ୍ଵାରା ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଉଛି, ଯାହା ବିକାଶଶୀଳ ଦେଶ ମାନଙ୍କର ଏକ ମିଳିତ ମଞ୍ଚ ଯେଉଁଥିରେ ଭାରତ ଏକ ପ୍ରମୁଖ ସଦସ୍ୟ ଏବଂ ଆଫ୍ରିକୀୟ ଗୋଷ୍ଠୀ ଏସିପି ଗ୍ରୁପ୍ ସହିତ ମିଶି ଖାଦ୍ୟ ସୁରକ୍ଷା ଉଦ୍ଦେଶ୍ୟରେ ସରକାରୀ ଗଚ୍ଛିତକରଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୩୧ ମେ ୨୦୨୨ରେ ଏକ ପ୍ରସ୍ତାବ ଦାଖଲ କରିଛନ୍ତି। ଭାରତ ଡବ୍ଲ୍ୟୁଟିଓରେ ଖାଦ୍ୟ ନିରାପତ୍ତା ଉଦ୍ଦେଶ୍ୟରେ ପିଏସ୍ଏଚ୍ ଉପରେ ସ୍ଥାୟୀ ସମାଧାନ ପାଇଁ ଏକ ଜି-୩୩ ପ୍ରସ୍ତାବର ୧୫ ସେପ୍ଟେମ୍ବର ୨୦୨୧ରେ ସହ – ପ୍ରଯୋଜନା କରିଥିଲା ଯେଉଁଥିରେ ୩୮ ସଦସ୍ୟଙ୍କ ସହ-ପ୍ରଯୋଜନା ରହିଥିଲା