
ବଲାଙ୍ଗିର, ଓଡିଶା ପ୍ରଥମ ଆଦିବାସୀ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବଲାଙ୍ଗିର ବ୍ଲକ ଆଦିବାସୀ କଲ୍ୟାଣ ସଂଘ ତରଫରୁ ଡୁଡୁକାଶିରା ଗ୍ରାମରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟକାରୀ ସଭାପତି ମୁରଲିଧର ମଲ୍ଲିକ, ପାକଲା କୁମୁରା, ସୀତାରାମ ଧରୁଆ, ବନଲତା ମାଝି, ଝାଙ୍କରପାଲି ସରପଞ୍ଚ ବୃନ୍ଦାବତୀ ବେହେରା, ବଳବନ୍ତ ଧରୁଆ, ଦିଲିପ ଭୋଇ, ହରିବନ୍ଧୁ ଧରୁଆ ଉପସ୍ଥିତ ରହି ସାଂସଦ ଶ୍ରୀ ବିଶିଙ୍କୁ ଉପଢୈାକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଗ୍ରାମର ଆବାଳ ବୃଦ୍ଧ ବନିତା ଉପସ୍ଥିତ ରହି ଖୁସିବ୍ୟକ୍ତ କରିଥିଲେ ।