
ବଲାଙ୍ଗିର, ଆମ ଜଙ୍ଗଲ ଯୋଜନାରେ ବଲାଙ୍ଗିର ଜିଲ୍ଲା ବନ ବିଭାଗ ପକ୍ଷରୁ ପ୍ରବେଶ ବିନ୍ଦୁ କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତି ମାନଙ୍କୁ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ସକାଶେ ସହଯୋଗ ପ୍ରଦାନ କରାଯାଉଛି। ଏହି ଯୋଜନାରେ ଲାଠର ରେଞ୍ଜ ଅନ୍ତର୍ଗତ ଝଙ୍କାର ପାଲି, କନ୍ଧେର ଛପର, ମହନିଲହ, ଖର୍ଲି, କୁର୍ଲୁମା, କର୍ଲାଖୁଣ୍ଟା ଓ ବାହୁବଳ ବାନସୁରକ୍ଷ୍ୟା ସମିତି। ହରିଶଙ୍କର ରେଞ୍ଜ ର ଚାଉଳବଞ୍ଜି, ଭରୁଆମୁଣ୍ଡା, ସିନ୍ଧାବହାଲି, ବେହରପାନି, ଖୁନିପାନି ଓ ଯମୁନା ପାଣି ବନ ସୁରକ୍ଷା ସମିତି ଗୁଡ଼ିକୁ ଆମ ଜଙ୍ଗଲ ଯୋଜନାରେ ସରଞ୍ଜାମ ବଣ୍ଟନ ହୋଇଥିଲା ଯେପରି ବାସନ କୁସନ ୧୩ ସେଟ୍ , ଟେନ୍ତ୍ ସେଟ୍ ୧୨ଟି, ସିଲାଇ ମେସିନ ୭ଟି, ଚଉକି ୧୯ ଟି ଏପରି ଆହୁରି ଅନେକ। ବନସୁରକ୍ଷ୍ୟା ସହିତ ଏହି ସମିତି ସଭ୍ୟା ମାନଙ୍କୁ ଆର୍ଥିକ ଉପାର୍ଜନର ମାଧ୍ୟମ ଯୋଗାଇ ଦେବାକୁ ଏହି ସାହାଯ୍ୟ କରାଯାଉଛି, ଆଗକୁ ଏପରି ଆହୁରି ବନ ସୁରକ୍ଷା ସମିତି ମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ଯୋଜନା ରହିଥିବା ଜିଲ୍ଲା ବନ ଅଧିକାରୀ ନୀତିଶ କୁମାର୍ ସୂଚନା ଦେଇଛନ୍ତି ।
ବିଭାଗ ପକ୍ଷରୁ ଏହି ଯନ୍ତ୍ରପାତି ଓ ମେସିନ ସାହାଯ୍ୟରେ ସେମାନଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ନଜର ରଖାଯାଇ ପ୍ରତି ମାସର ରିପୋର୍ଟ ସଂଗ୍ରହ ସହିତ ସେମାନଙ୍କୁ ଉପଯୁକ୍ତ ବଜାର ବ୍ୟବସ୍ଥା କରାଯିବ।