ଭୁବନେଶ୍ୱର, ରାଜ୍ୟର ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ ରୂପେ ବିଲୋପ କରିବା ପାଇଁ ସଂକଳ୍ପକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱ ଶିଶୁ ଶ୍ରମ ନିରୋଧୀ ଦିବସ ଅବସରରେ ଟ୍ୱିଟ କରି ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ – ପିଲା ମାନେ ଦେଶର ମୁଳଦୁଆ ତିଆରି କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାନ୍ତି । ଶିଶୁ ଶ୍ରମ ନିରୋଧୀ ଦିବସ ଅବସରରେ ରାଜ୍ୟରେ ସମସ୍ତ ପ୍ରକାର ଶିଶୁ ଶ୍ରମ ପ୍ରଥାକୁ ବନ୍ଦ କରିବାର ସଂକଳ୍ପକୁ ଦୋହରାଉଛୁ ତଥା ପିଲା ମାନଙ୍କ ପାଇଁ ଏକ ସୁସ୍ଥ ବାତାବାରଣ ସୁନିଶ୍ଚିତ କରିବାକୁ ଶପଥ ନେଉଛୁ ।