ଭଦ୍ରକ – ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ରୋଟାରୀ କ୍ଲବ ଭଦ୍ରକ ଆନୁକୁଲ୍ୟରେ ରାଷ୍ଟ୍ରନିର୍ମାଣ ସମ୍ମାନ ସମାରୋହ କ୍ଲବର ସଭାପତି ରୋଟାରିଆନ ସୁଧୀରଂଜନ ନାୟକଙ୍କ ସଭାପତିତ୍ବ ଓ ମନୋଜ ସାହୁଙ୍କ ସଂେଯାଜନାରେ ସଂସ୍କୃତି ଭବନ ପରିସରରେ ସଂପାଦିତ ହୋଇଯାଇଛି ା ଉକ୍ତ ସମ୍ବଦ୍ର୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ଓ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଜେ.ପି. ନାଥ େଯାଗଦେଇ ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷକ ମାନଙ୍କ ଭୂମିକା ଉପରେ ଅଲୋକପାତ କରିଥିଲେ ାଏହି ଅବସରରେ ଜିଲ୍ଲାର ୧୦ଜଣ କୃତି ଶିକ୍ଷକ/ଶିକ୍ଷୟିତ୍ରୀ ରମେଶ ନାୟକ,ରମେଶ ଚନ୍ଦ୍ର ନାୟକ, ଉଷାରାଣୀ ମହାପାତ୍ର, ଶକୁନ୍ତଳା ଦାସ, ଦିପ୍ତୀ ସାମନ୍ତ,ଗୋପିନାଥ ପଳତା, ଧର୍ମେନ୍ଦ୍ର ବେହେରା, ଦୈତ୍ୟାରି ବେହେରା, ତପନ ଦ୍ବିବେଦୀ,ସଂଯୁକ୍ତା ଯାଦବଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ ପୂର୍ବକ ରାଷ୍ଟ୍ର ନିର୍ମାଣ ସମ୍ମାନରେ ସମ୍ବଦ୍ର୍ଧିତ କରାଯାଇଥିଲା ା ରୋଟାରୀଆନ ପ୍ରଣବ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ସଂପାଦକ ତୁସାରକାନ୍ତି ମହାନ୍ତି ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ଓ ସୂଚିସ୍ମିତା ପଣ୍ଡା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ା ାଉତ୍ସବର ଉଦ୍ଘାଟକ ତଥା ମୂଖ୍ୟ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ଆନ୍ତର୍ଜାତୀୟ ରୋଟାରୀ ସଂଗଠନର ପ୍ରତିଷ୍ଟାତା ପଲ୍ ପି. ହରିସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ା ରୋଟାରିଆନ ଅଜିତ ଦାସ, ବିଭୂଚନ୍ଦନ ଜେନା, ଅମ୍ବିକା ବଲ୍ଲଭ ସ୍ବାଇଁ , ଇନ୍ଦ୍ରଜିତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ାଏହି ଅବସରରେ ବିଶିଷ୍ଠ କଣ୍ଠଶିଳ୍ପି ଆସିଷ ଗୋଶ୍ବାମି ଓ ନିରଂଜନ ପଣ୍ଡାଙ୍କୁ ରୋଟାରିଆନ ପ୍ରଭାସ ମହାନ୍ତିଙ୍କ ପରିଚାଳନାରେ ସମ୍ବଦ୍ର୍ଧିତ କରାଯାଇଥବାବେଳେ ରୋଟାରିଆନ ବସନ୍ତ ପାଣିଗ୍ରାହିଙ୍କ ପରିଚାଳନାରେ ୫ଜଣ ନୂତନ ସଦସ୍ୟଙ୍କୁ ଗ୍ରହଣ କରାଯାଇଥିଲା ା ରୋଟାରୀଆନ ବିଜୟ ସାହୁ ନୂତନ ସଦସ୍ୟଙ୍କୁ ଶପଥପାଠ କରାଇ ରୋଟାରିଆନ ପିନ ପ୍ରଦାନ କରିଥିଲେ ା ଉଲ୍ଲେଖେଯାଗ୍ୟେଯ ରୋଟାରୀ ଇଣ୍ଡିଆ ଲିଟେରାରୀ ମିସନ ପକ୍ଷରୁ ସାରା ଭାରତବର୍ଷରେ କୃତି ଶିକ୍ଷକ ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ା ା କ୍ଲବର ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସହେଯାଗରେ ଉକ୍ତ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା ା
Related Stories
November 22, 2024