ଭୁବନେଶ୍ୱର,ରାଷ୍ଟ୍ରସେବିକା ସମିତି, ପୁରୀ ବିଭାଗ ଖୋର୍ଦ୍ଧା,ନୟାଗଡ,ପୁରୀ ଓ ଭୁବନେଶ୍ୱର ତରଫରୁ ଏକ ପ୍ରାରମ୍ଭିକ ଶିକ୍ଷାବର୍ଗ ଗତ ୭ ଜୁନ ୨୦୨୨ ଠାରୁ ୧୨ ଜୁନ ୨୦୨୨ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ୟୁନିଟ-୮ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
୪ଟି ଜିଲ୍ଲାରୁ ୧୫ ବର୍ଷରୁ ୬୦ ବର୍ଷ ବୟସର ବାଳିକା ଓ ମହିଳାମାନେ ୬ ଦିନର ଏହି ଶିକ୍ଷା ବର୍ଗରେ ଭାଗ ନେଇଥିଲେ । ଏଥିରେ ସର୍ବମୋଟ ୧୧୦ ଜଣ ଶିକ୍ଷାର୍ଥୀ, ୭ ଜଣ ଶିକ୍ଷିକା, ୫ ଜଣ ରାଷ୍ଟ୍ରସେବିକା ସମିତିର ଅଧିକାରୀଙ୍କ ସମେତ ୮ ଜଣ ପ୍ରବନ୍ଧିକା ସମ୍ମିଳିତ ଥିଲେ ।
ସମାଜର ବିଭିନ୍ନ ବର୍ଗର ମହିଳା ଯଥା ବିଦ୍ୟାର୍ଥୀ, ଅଧ୍ୟାପିକ, ଯନ୍ତ୍ରି, ଗୃହିଣୀ ଓ ଭାବା ଅଟୋମିକ୍ ରିସର୍ଚ୍ଚ ସେଂଟରର ଜଣେ ବୈଜ୍ଞାନିକ ଏଥିରେ ଭାଗ ନେଇଥିଲେ । ପ୍ରାତଃ ୪ ରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣରେ ପ୍ରାତଃ ସ୍ମରଣ, ଯୋଗ, ପ୍ରାଣାୟମ, ଶାରୀରିକ ଶିକ୍ଷା, ସାମୁହିକ ଚର୍ଚ୍ଚା, ବୌଦ୍ଧିକ, କର୍ମଶାଳା, ପ୍ରାର୍ଥନା, ମନ୍ତ୍ର ଉଚ୍ଚାରଣ ଆଦି ଭାରତୀୟ ସଂସ୍କୃତି ଆଧାରରେ ପ୍ରଶିକ୍ଷଣ ଦିଆଯାଇଥିଲା ।
ରବିବାର ଦିନ ଅନୁଷ୍ଠିତ ସମାପନ ସମାରୋହରେ ବିଶିଷ୍ଟ ଲେଖିକା ତଥା ସ୍ତମ୍ଭକାର ଡ.ମୋନଦୀପ ସାହୁ ମୁଖ୍ୟ ଅତିଥି ଓ ରାଷ୍ଟ୍ରସେବିକା ସମିତିର ପ୍ରାନ୍ତ କାର୍ଯ୍ୟବାହିକା ଶ୍ରୀମତୀ ଆରତୀ ବୈଶାଖୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଭୁବନେଶ୍ୱର ମହାନଗର କାର୍ଯ୍ୟବାହିକା ଶ୍ରୀମତୀ ଆରତୀ ଜେନା ବର୍ଗର ବୃତ ଉପସ୍ଥାପନା କରିଥିଲେ । ଶେଷରେ ମହାନଗର ସଂଚାଳିକା ଶ୍ରୀମତୀ ସଂଜୁ ମେଘମାଳା ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । ଜ୍ୟୋତିର୍ମୟୀ ସାହୁ ଓ ତପସ୍ୱିନୀ ମହନ୍ତ ମଂଚ ପରିଚାଳନା କରିଥିଲେ ।
ଭାରତର ସଂଘର୍ଷମୟ ଇତିହାସରେ ମହୀୟସୀ ମହିଳାଙ୍କ ଭୂମିକା ତଥା ବର୍ତମାନ ଯୁଗରେ ରାଷ୍ଟ୍ର ନିର୍ମାଣ ପାରିବାରିକ ସଂସ୍କାରରେ ନାରୀର ସହଭାଗୀତା ଉପରେ ବକ୍ତାମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଅଖଣ୍ଡ ଭାରତ ଧ୍ୟେୟରେ ଭାରତମାତା ପ୍ରତିଛବି ନିକଟରେ ଦ୍ୱୀପ ପ୍ରଦାନ ପରେ ସାମୁହିକ ରାଷ୍ଟ୍ରଗାନ ସହିତ ବର୍ଗର ସମାପନ ଉତ୍ସବ ସମାପ୍ତ ହୋଇଥିଲା ।