ପୁରୀ/ଭୁୁବନେଶ୍ୱର – ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ପାଇପ ଲାଇନସ୍ ଡିଭିଜନ) ଦ୍ୱାରା ବୁଧବାର ପୁରୀ ସମୁଦ୍ରକୂଳରେ ଏକ ବିଶାଳ ସ୍ୱଚ୍ଛ ଭାରତ ଅଭିଯାନ ଆୟୋଜିତ ହୋଇ ଯାଇଛି ।
ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭରତ ଅଭିଯାନ ପାଇଁ ଆହ୍ୱାନ କରିଥିଲେ । ଏହି ଅଭିଯାନରେ ପେଟ୍ରୋଲିୟମ ମନ୍ତ୍ରଳାୟର ସମସ୍ତ ତୈଳ କମ୍ପାନୀ ମାନେ ଅଗ୍ର ଭୂମିକା ଗ୍ରହଣ କରି ସମଗ୍ର ଦେଶରେ ସ୍ୱଛତାର ବାର୍ତାକୁ ପ୍ରସାରିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି । ଶ୍ରୀକ୍ଷେତ୍ର ପୁରୀକୁ ସ୍ୱଚ୍ଛ ତଥା ଆବର୍ଜନା ମୁକ୍ତ ସହରରେ ପରିଣତ କରିବାର ସଂକଳ୍ପ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସ୍ୱଛତା ଅଭିଯାନରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଶଡଙ୍ଗୀ ଯୋଗ ଦେଇ ସ୍ୱଚ୍ଛ ପୁରୀ ଗଠନରେ ସହଭାଗୀ ହେବା ପାଇଁ ସମସ୍ତ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ । ପୁରୀ ସହରର ବିଭିନ୍ନ ଶିକ୍ଷାନୁÂାନର ଛାତ୍ର ଛାତ୍ରୀ, ସାମାଜିକ ସଂଗଠନର ସଦସ୍ୟ, ବରିÂ ତଥା ସାଧାରଣ ନାଗରିକଙ୍କ ସମେତ ପ୍ରାୟ ତିନି ହଜାରରୁ ଉଦ୍ଧ୍ୱର୍ ସ୍ୱେଚ୍ଛାସେବୀ ଏହି ବିଶାଳ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ ।
ଏଥିରେ ତୈଳ କମ୍ପାନୀର ବରିÂ ଅଧିକାରୀ ଶ୍ରୀ ପି.ସି. ଚୌବେ, ଶୁଭଜିତ ଘୋଷ, ଦୀନବନ୍ଧୁ ସୋରେନ, ଶ୍ରୀ ଅରୂପ କୁମାର ଭଗବତୀ, ଦେବାଶିଷ ପାଳିତ, ଅଭୟଙ୍କର ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ପୁରୀ ସହରରେ ସ୍ୱଚ୍ଛଭାରତ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ତୈଳ କମ୍ପାନୀ ମାନଙ୍କ ସୂତ୍ରରୁ ପ୍ରକାଶ ।