
ପୁରୀ, ନନ୍ଦିଘୋଷ ରଥରେ ନୂଆ ଅଖ ସହ ସଂଯୋଗ ହୋଇଛି ଦୁଇ ଚକ । ବୈଷୟିକ ଟିମ୍ ଏନେଇ ଅନୁଧ୍ୟାନ କରିଥିଲେ ଏବଂ ଅଖରେ ଫାଟ ଦେଖିବା ପରେ ଏହାକୁ ବଦଳାଇବା ପାଇଁ ପରାମର୍ଶ ଦେଇଥିଲେ । ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ରଙ୍କ ନେତୃତ୍ଵରେ ଅଖ ନିର୍ମାଣ କରାଯାଇ ଆଜି ଏହାକୁ ସଂଯୋଗ କରାଯାଇଛି । ରେଲୱେ ଜ୍ୟାକ୍ ଓ ମେସିନ ଲଗାଯାଇ ଏହି ଅଖକୁ ସତର୍କତାର ସହ ଦୁଇ ପଟେ ଦୁଇ ଚକରେ ସଂଯୋଗ କରାଯାଇଛି ।