
ଘସିପୁରା,କେନ୍ଦୁଝର ଜିଲ୍ଲା ହଦଗଡ଼ ହସ୍ତୀ ଅଭୟାରଣ୍ୟ ଅଧିନ ପିତାନାଉ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ପ୍ରାୟ ୩୦ ବର୍ଷ ହେବ । ଅନ୍ଯ ଏକ ହାତୀ ସହିତ ସଂଘର୍ଷ ହେବା ପରେ କ୍ଷତାକ୍ତ ଦନ୍ତାହାତୀର ମୃତ୍ଯୁ ଘଟିଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ଅଭୟାରଣ୍ୟ ମଧ୍ୟରେ ପେଟ୍ରୋଲିଂ କରୁଥିବା ବେଳେ ବନ କର୍ମଚାରୀଙ୍କ ନଜରକୁ ଏହା ଆସିଥିଲା । ଖବର ପାଇ ଆନନ୍ଦପୁର ଡିଏଫଓଙ୍କ ସମେତ ରେଂଜର ଓ ବନ କର୍ମଚାରୀଙ୍କର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।